ଭୁବନେଶ୍ବର: ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କ ଝିଅ ଅାଂଶିକା ରାଉତରାୟ ମଙ୍ଗଳବାର ନୂଆ ସିବିଏସ୍ଇ କୀର୍ତିମାନ କରିଛନ୍ତି। କର୍ଣ୍ଣାଟକର ଦାବଙ୍ଗେରିରେ ଆୟୋଜିତ ସିବିଏସ୍ଇ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାର ସଟ୍ପୁଟ୍ରେ ସାଇ ଇଣ୍ଟରନ୍ୟାସ୍ନାଲ ସ୍କୁଲ୍ର ଅାଂଶିକା ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୧୧.୪୫ ମିଟର ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିବା ସହ ପ୍ରିୟାଂଶୀ (୧୧.୨୩ ମିଟର)ଙ୍କ ନାମରେ ଥିବା ସିବିଏସ୍ଇ କୀର୍ତିମାନକୁ ଭାଙ୍ଗିଥିଲେ। ବିଡିଏସ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲର ମହକ (୧୦.୪୫) ଦ୍ବିତୀୟ ଓ ରୋଜ୍ ମ୍ୟାରି ପବ୍ଲିକ ସ୍କୁଲର ସୁଜନା ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ପାଇଥିଲେ। ଏହି ପ୍ରତିଯୋଗିତାରେ ଅାଂଶିକାଙ୍କର ଏହା ଦ୍ବିତୀୟ ସ୍ବର୍ଣ୍ଣ। ଗତ ବର୍ଷ ଛତିଶଗଡ଼ ରାୟପୁରରେ ସେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ତାଙ୍କର ଶ୍ରେଷ୍ଠ ହେଉଛି ୧୧.୪୭। ଏହାକୁ ସେ ଚଳିତ ବର୍ଷ ସେପ୍ଟେମ୍ବରରେ ପାଟନାରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ପାଇଥିଲେ।
ଅାଂଶିକାଙ୍କ ନୂଆ ସିବିଏସ୍ଇ ଜାତୀୟ କୀର୍ତିମାନ
/sambad/media/post_attachments/wp-content/uploads/2018/11/spo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)