ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସମୟରେ ବିମାନରେ ଉଡିଥିବା ଭାରତ-ବିରୋଧୀ ସ୍ଲୋଗାନ ପ୍ରସଂଗରେ ଆଇସିସିରେ ଅଭିଯୋଗ ଆଣିଲା ବିସିସିଆଇ

ଲଣ୍ଡନ: ଗତକାଲି ଲିଡ୍ସର ହେଡିଂଲି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଖେଳା ଯାଉଥିବା ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସମୟରେ ଆକାଶମାର୍ଗରେ ଭାରତ ବିରୋଧୀ ସ୍ଲୋଗାନ୍‌ ଲେଖାଥିବା ପୋଷ୍ଟର ନେଇ ଏକ ବିମାନ ବୁଲୁଥିବାର ନଜର ଆସିଥିଲା। ଏହି ପ୍ରଂସଗରେ ବୋର୍ଡ ଅଫ୍‌ କ୍ରିକେଟ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ(ବିସିସିଆ) ପକ୍ଷରୁ ରବିବାର ଇଣ୍ଟରନେସନାଲ୍‌ କ୍ରିକେଟ୍‌ କାଉନ୍‌ସିଲ୍‌(ଆଇସିସି) ନିକଟରେ ଅଭିଯୋଗ ହୋଇଛି।

ଖେଳାଳିମାନଙ୍କ ସୁରକ୍ଷାକୁ ନେଇ କ୍ରିକେଟ୍‌ ବୋର୍ଡ ଚିନ୍ତା ବ୍ୟକ୍ତ କରିବା ସହ ଏପରି ଘଟଣା ପୁନର୍ବାର ନଘଟୁ ବୋଲି ଆଇସିସିରେ ନିବେଦନ କରିଥିବା ଜାଣିବାକୁ ମିଳିଛି। ଗତକାଲି ଏପରି ଘଟଣାକୁ ଆଇସିସି ନିନ୍ଦା କରିଥିଲା।

The Indian Express

ଉଲ୍ଲେଖଯୋଗ୍ୟ, ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ଚାଲିଥିବା ବେଳେ ଏକ ବିମାନରେ ‘ଭାରତ ଗଣହତ୍ୟା ବନ୍ଦ କରୁ , କାଶ୍ମୀରକୁ ମୁକ୍ତ କରୁ’ ବୋଲି ଲେଖାଥିବା ଏକ ବ୍ୟାନର ବିମାନରେ ଆକାଶମାର୍ଗରେ ଉଡୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଆଇସିସି ଅସନ୍ତୋଷ ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର