ଭୁବନେଶ୍ବର: ଆବୁଧାବିରେ ଆୟୋଜିତ ପଞ୍ଚମ ଏସୀୟ ଜୁ-ଜିତ୍ସୁ ପ୍ରତିଯୋଗିତାରୁ ୨ (୧ ରୌପ୍ୟ ଓ ୧ କାଂସ୍ୟ) ପଦକ ଧରି ଓଡ଼ିଶା ପାୱାର ଏବଂ କମ୍ବାଟ୍ ସ୍ପୋର୍ଟସ ତାରକା ଅନୁପମା ସ୍ବାଇଁ ଶନିବାର ଭୁବନେଶ୍ବର ଫେରିଆସିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ତାଙ୍କ ଶିକ୍ଷାନୁଷ୍ଠାନ ଉତ୍କଳ କରାଟେ ସ୍କୁଲ୍ ପକ୍ଷରୁ ଅନୁଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ମୀର୍ ଅଜମତ ଅଲ୍ଲୀ, ଜୟଦେବ ପଟ୍ଟନାୟକ, ମହେଶ ଚନ୍ଦ୍ର ବରାଳ, ଦେବେନ୍ଦ୍ର ରଣା, ସପନ ସ୍ବାଇଁ, ରାଜୀବ କୁମାର ସିଂହ, ଦୀପକ ସାମନ୍ତରା, ହିମାଂଶୁ ଶେଖର ଦାସ, ଚିନ୍ମୟୀ ଭୂୟାଁ, ସନ୍ଦୀପ ଦାସ ପ୍ରମୁଖ ଅନୁଙ୍କୁ ସ୍ବାଗତ ଜଣାଇ ପାଛୋଟି ଆଣିଥିଲେ। ଏହାପରେ ଅନୁଙ୍କୁ ଉତ୍କଳ କରାଟେ ସ୍କୁଲ୍ରେ ପୁନିତ ଚନ୍ଦ୍ର ସାହୁ, ରଜନୀ ବିଶି, ମୋନାଲି ସାହୁ, ଦୁର୍ଗାପ୍ରସାଦ ରଥ, ସୌମ୍ୟରଞ୍ଜନ ଦାସ, ଏସ୍ଆର୍ ସାସ୍ମଲ, ସନକ ଦେଓ, ଲଳିତ କୁମାର ସାହୁ, ଏନ୍ବି ପଟ୍ଟନାୟକ, ସୁରେଶ ଚନ୍ଦ୍ର ଜାଲ୍, ଗଣେଶ ବେହେରା, ଆଦିତ୍ୟ ମିଶ୍ର, ଦିଲିପ କୁମାର ଜେନା, ଅବିନାଶ ପୁନ୍ଦିର ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ ବୋଲି ସ୍କୁଲ୍ର ପ୍ରତିଷ୍ଠାତା ତଥା ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଏସୀୟ ଜୁ-ଜିତ୍ସୁରୁ ୨ ପଦକ ଧରି ଫେରିଲେ ଅନୁ
/sambad/media/post_attachments/wp-content/uploads/2021/09/54fs65h4sh23121h3321sfh132sfhsfhsfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)