ବେଳାଭୂମି, ବିକିନି ଓ ଅନୁଷ୍କା

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ବିକିନି ବେଶ ଏବେ ଆଣ୍ଟିଗୁଆ ବେଳାଭୂମି ଓ ସାମାଜିକ ଗଣମାଧ୍ୟମରେ ଏକପ୍ରକାର ନିଆଁ ଲଗାଇ ଦେଇଛି। ୩୧ ବର୍ଷୀୟା ଏହି ବଲିଉଡ୍‌ ଅଭିନେତ୍ରୀ ଇନଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ିଥିବା ସୂର୍ଯ୍ୟାଲୋକ ଆଛାଦିତ ଫଟୋଟିରେ କମଳା ଓ ଗୋଲାପୀ ରଙ୍ଗର ବିକିନି ପରିଧାନ କରିଛନ୍ତି। ମୁଣ୍ଡ କେଶକୁ ପଛକୁ ବାନ୍ଧି ରଖିଛନ୍ତି ଏବଂ ଲେଖିଛନ୍ତି ‘ସୂର୍ଯ୍ୟଙ୍କ ଚୁମ୍ବନ ଓ ଆଶୀର୍ବାଦ ମିଳିଲା’। ଏହି ହୃଦୟସ୍ପର୍ଶୀ ଫଟୋକୁ ଦେଖି ତାଙ୍କ କ୍ରିକେଟର୍ ପତି ବିରାଟ କେହଲି ପ୍ରଥମେ ପ୍ରତିକ୍ରିୟା ରଖିଥିଲେ। ବିରାଟ ମଧ୍ୟ ଆଣ୍ଟିଗୁଆ ବେଳାଭୂମିର ଏକ ସୁନ୍ଦର ଫଟୋ ସେୟାର କରିଥିଲେ। ଠିକଣା ପଥରେ ଥିଲେ ନିଶ୍ଚିତ ତୁମେ ନିଜ ସ୍ବପ୍ନକୁ ସାକାର କରିବାକୁ ଶକ୍ତି ପାଇଯିବ ବୋଲି କୋହଲି ଉଲ୍ଲେଖ କରିଥିଲେ।

୨୦୧୭ ମସିହାରେ ଇଟାଲିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି କ୍ରିକେଟ୍‌-ବଲିଉଡ୍ ଯୋଡ଼ି‌ ସେବେଠାରୁ ପ୍ରଶଂସକଙ୍କ ହୃଦୟ ଜିତି ଆସିଛନ୍ତି। ନିକଟରେ ଅନୁଷ୍କା ଏକ ସାକ୍ଷାତକାର ବେଳେ କହିଥିଲେ ‘ମୁଁ ‌ମୋ ଶ୍ରେଷ୍ଠ ବଂଧୁକୁ ବିବାହ କରିଛି, ମୁଁ ମୋ ଆତ୍ମବିଶ୍ବାସକୁ ବିବାହ କରିଛି। ମୁଁ ଏଭଳି ଜଣେ ଭଲ ପାଉଥିବା ବ୍ୟକ୍ତିଙ୍କୁ ବିବାହ କରିଛି ଯିଏ କେବଳ ଭଲ ମଣିଷଟିଏ। ଜୀବନରେ ବହୁବାର ଭୁଲ ବୁଝାମଣା କଥା କୁହାଯାଇଥାଏ, କିନ୍ତୁ ମୁଁ ଏଭଳି ଜଣଙ୍କୁ ଭେଟିଥିଲି ଯିଏ ମୋତେ ସମ୍ପୂର୍ଣ୍ଣ ଭାବେ ବୁଝିପାରିଛନ୍ତି। ଆମେ ଯେତେବେଳେ ଏକାଠି ହୋଇଯାଉ ସେତେବେଳେ ଦୁନିଆ ହିଁ ନ ଥାଏ’ ବୋଲି ଅନୁଷ୍କା କହିଥିଲେ।

ସମ୍ବନ୍ଧିତ ଖବର