ଭୁବେନଶ୍ବର : ଶାରଦୀୟ ଋତୁେର ସହିଦ ନଗର ଦୁର୍ଗାପୂଜା ସମିତି ରାଜ୍ୟର ଚାରି ଜଣ କ୍ରୀଡ଼ା ବ୍ୟକ୍ତିତ୍ବଙ୍କୁ ସମ୍ବର୍ଧିତ କରିବ। ୨୦୦୭ ମସିହାରୁ ଚାଲିଆସୁଥିବା ଏହି ସମ୍ବର୍ଧନା ଉତ୍ସବରେ ଚଳିତ ବର୍ଷ ମହାସପ୍ତମୀରେ କରାଟେକା ଅନୁପମା ସ୍ବାଇଁ, ମହାଷ୍ଟମୀରେ ଦୌଡ଼କୁଦ ପ୍ରଶିକ୍ଷକ ରୂପନ୍ବିତା ପଣ୍ଡା, ନବମୀରେ ବିସିସିଆଇ ଅମ୍ପାୟାର ଶରତ ସାହୁ ଏବଂ ଦଶମୀରେ ରାଜ୍ୟର ଜଣାଶୁଣା କ୍ରିକେଟର ତଥା ସାଂପ୍ରତି ରାଜ୍ୟ ରଣଜୀ ଦଳର ପ୍ରଶିକ୍ଷକ ଥିବା ରଶ୍ମି ରଞ୍ଜନ ପରିଡ଼ାଙ୍କୁ ସମ୍ବର୍ଧିତ କରାଯିବ। ସୋମବାର ଏଥିନେଇ ଆୟୋଜିତ ସାମ୍ବଦିକ ସମ୍ମିଳନୀରେ ସମିତିର ଉପଦେଷ୍ଟା ଡାକ୍ତର ଜଗନ୍ନାଥ ମହାପାତ୍ର, ସାଧାରଣ ସଂପାଦକ ନାରାୟଣ ମହାପାତ୍ର, ଯୁଗ୍ମ ସଂପାଦକ ପଙ୍କଜ ପଟ୍ଟନାୟକ, କୋଷାଧ୍ୟକ୍ଷ ହରିଶ୍ ପ୍ରସାଦ ରଥ, ଉପସଭାପତି ଉମାନଥ ମିଶ୍ର ଉପସ୍ଥିତ ରହି ଏହି ବିଷୟରେ ସବିଶେଷ ସୂଚନା ଦେଇଥିଲେ।
ଅନୁପମା, ରୂପନ୍ବିତା, ଶରତ ଓ ରଶ୍ମି ପାଇବେ ଶାରଦୀୟ ସମ୍ମାନ
/sambad/media/post_attachments/wp-content/uploads/2018/10/durga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)