ମହିଳା ଟି-୨୦ରେ ଇତିହାସ ରଚିଲେ ଅନୁରାଧା, ୪ ବଲ୍‌ରେ ୪ ୱିକେଟ୍‌

ଲୋଅର ଅଷ୍ଟ୍ରିଆ : ମହିଳା ଟି-୨୦ରେ ଶୁକ୍ରବାର ନୂଆ କୀର୍ତ୍ତିମାନ ଦେଖିବାକୁ ମିଳିଛି। ଅଷ୍ଟ୍ରିଆ ବିପକ୍ଷ ଚତୁର୍ଥ ଟି-୨୦ରେ ଜର୍ମାନିର ଅନୁରାଧା ଡୋଡାବାଲାପୁର ୪ ବଲ୍‌ରେ ୪ ୱିକେଟ୍‌ ସହ ମୋଟ ୫ ୱିକେଟ୍‌ ଅକ୍ତିଆର କରି ଇତିହାସ ରଚି‌ଛନ୍ତି। ଏହି ସଫଳତା ପାଇବାରେ ମହିଳା ଟି-୨୦ରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। ଜର୍ମାନି ଦଳର ଅଧିନାୟିକା ଅନୁରାଧାଙ୍କ ବୋଲିଂ ଚିତ୍ର ୩-୨-୧-୫ ଥିଲା। ତାଙ୍କର ଏହି ଅଗ୍ନିବର୍ଷୀ ବୋଲିଂ ଆଗରେ ହାର ମାନି ଅଷ୍ଟ୍ରିଆ ୯ ୱିକେଟ୍‌ ହରାଇ ୬୧ ରନ୍ କରିବାକୁ ସକ୍ଷମ ହୋଇଥିଲା ଏବଂ ୧୩୭ ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲା। ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଜର୍ମାନି କ୍ରିଷ୍ଟିନା ଗ’ (୧୦୧*)ଙ୍କ ଶତକ ଏବଂ ଜାନେଟ ରୋନାଲ୍ଡ (୬୮*)ଙ୍କ ଅର୍ଧଶତକୀୟ ପାଳି ବଳରେ କୌଣସି ୱିକେଟ୍‌ ନହରାଇ ୧୯୮ ରନ୍‌ କରିଥିଲା।

ସମ୍ବନ୍ଧିତ ଖବର