ପୁରୁଷ ୪୦୦ ମିଟର ଦୌଡ଼ରେ ମହମ୍ମଦ ଆନ୍ସ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ମହିଳାରେ ହୀମା କିନ୍ତୁ ଫାଇନାଲ୍ରେ ସ୍ଥାନ ପକ୍କା କରି ନିଜକୁ ପଦକ ଦୌଡ଼ରେ ସାମିଲ କରିଥିଲେ।
ମିଲ୍ଖା ସିଂହ (୧୯୫୮ ମାସିହା)ଙ୍କ ପରେ ପ୍ରଥମ ଭାରତୀୟ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୪୦୦ ମିଟରର ଫାଇନାଲ୍କୁ ଯାଇଥିବା ଆନ୍ସ ମାତ୍ର ୦.୨ ସେକେଣ୍ଡ୍ ପାଇଁ ପଦକରୁ ବଞ୍ଚିତ ହୋଇଥିଲେ। ୪୫.୩୧ ସେକେଣ୍ଡ୍ ସମୟ ନେଇ ଜାତୀୟ କୀର୍ତିମାନ ସହ ସେ ଚତୁର୍ଥ ସ୍ଥାନରେ ରହିଥିଲେ। ମହିଳାରେ ହୀମା ନିଜର ଶ୍ରେଷ୍ଠ ସମୟ ୫୧.୫୩ ସେକେଣ୍ଡ୍ ହାସଲ କରି ଫାଇନାଲ୍ରେ ପ୍ରବେଶ କରିଥିଲେ। ହିଟ୍ରେ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ମୋଟ ଉପରେ ସପ୍ତମ ସ୍ଥାନରେ ରହି ଫାଇନାଲକୁ ଯାଇଥିଲେ।
ଆନସ୍ ଅଳ୍ପକେ ପଦକରୁ ବଞ୍ଚିତ, ଫାଇନାଲ୍ରେ ହୀମା
/sambad/media/post_attachments/wp-content/uploads/2018/04/anas_fbsport_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)