କ୍ରୀଡ଼ା ତାରକାଙ୍କ ସହ ଅନୁଷ୍କା, ପ୍ରିୟଙ୍କାଙ୍କ ମସ୍ତି

anushka and priyanka enjoy with sports starମୁମ୍ବାଇ,: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମର୍ଥିତ ‘ଭାରତୀୟ କ୍ରୀଡ଼ା ପୁରସ୍କାର’ର ଦ୍ବିତୀୟ ସଂସ୍କରଣ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ପୂର୍ବତନ ଏବଂ ସାଂପ୍ରତିକ କ୍ରିକେଟର ଯୋଗ ଦେଇଥିଲେ। ଅଜିଙ୍କ୍ୟ ରାହାଣେ, ସ୍ମୃତି ମନ୍ଧାନା, ଜାହିର ଖାନ୍, ଯୁବରାଜ ସିଂହଙ୍କ ସହ ଭାରତୀୟ ବ୍ୟାଡମିଣ୍ଟନ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ଏହି ଅବସରରେ ଦେଖିବାକୁ ମିଳିଥିଲେ। ସେହିଭଳି ବିଗ୍ ବି ଅମିତାଭ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ କ୍ରୀଡ଼ା ତାରକାଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଥିଲେ। ୧୧ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତୀୟ କ୍ରୀଡ଼ା ସାମ୍ବା‌ଦିକ ସଂଘର ୨୦୦ରୁ ଅଧିକ ସଦସ୍ୟ ବିଜେତାମାନଙ୍କୁ ବାଛିଥିଲେ।

ସମ୍ବନ୍ଧିତ ଖବର