ମୁମ୍ବାଇ: ଶେଷରେ ଚର୍ଚ୍ଚା ଭିତରେ ଖୁସି ଖବର ଦେଇଛନ୍ତି ବିରୁଷ୍କା | ମିଳିଥିବା ସୂଚନା ମୁତାବକ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି। ଅନୁଷ୍କା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସେ ଏହି ସୂଚନା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ୧୫ ଫେବୃଆରୀରେ ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିବା କହିଛନ୍ତି। ଏଥିସହ ଅନୁଷ୍କା ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି। ଅନୁଷ୍କା ଶର୍ମା ପୋଷ୍ଟରେ ଲେଖିଛନ୍ତି- 'ଆମେ ସମସ୍ତଙ୍କୁ ଜଣାଇ ଖୁସି ଯେ ଫେବୃଆରୀ ୧୫ରେ, ଆମେ ଭାମିକାଙ୍କ ସାନ ଭାଇ ତଥା ଶିଶୁପୁତ୍ର ଆକାୟଙ୍କୁ ଏହି ଦୁନିଆରେ ସ୍ୱାଗତ କରିଥିଲୁ!

Advertisment

ଆମ ଜୀବନର ଏହି ସୁନ୍ଦର ମୁହୂର୍ତ୍ତରେ ଆମେ ଆପଣମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରୁଛୁ | ଉଲ୍ଲେଖ ଥାଉ କି ଯେ ଦୀର୍ଘ ଦିନ ଧରି ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା | କିନ୍ତୁ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଖବର ଉପରେ ନିରବ ଥିଲେ | ସେହିପରି ବିରାଟ କୋହଲି ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ । ତେବେ ବିରାଟ କୋହଲିଙ୍କ ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସାଥୀ ଏବି ଡି ଭିଲିୟର୍ସ ମଧ୍ୟ ପ୍ରକାଶ କରିଥିଲେ ଯେ ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି।