ଅନୁଷ୍କାଙ୍କ ସହ ଦୀପାବଳି ପାଳିଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ରବିବାର ଆଲୋକର ପର୍ବ ଦୀପାବଳି ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ପାଳିଥିଲେ। ପାରମ୍ପରିକ ପୋଷାକ ପିନ୍ଧି ଦୀପାବଳି ପାଳିବାର ଫଟୋ ମଧ୍ୟ କୋହଲି ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ସେମାନେ ମଧ୍ୟ ବିଗ୍ ବି ଅମିତାଭ ବଚ୍ଚନଙ୍କ ଦୀପାବଳି ଭୋଜିରେ ଦେଖିବାକୁ ମିଳିଥିଲେ। ସେହିଭଳି ସୁପରଷ୍ଟାର ଅନୀଲ କପୁରଙ୍କ ପାର୍ଟିରେ ବି ବିରାଟ-ଅନୁଷ୍କା ଯୋଗ ଦେଇଥିଲେ। କୋହଲି ଟ୍ବିଟ୍ କରି ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ‌ଜଣାଇଥିଲେ। ସେ ଲେଖିଥିଲେ ସମସ୍ତଙ୍କୁ ଦୀପାବଳିର ଅଭିନନ୍ଦନ। ଆଲୋକର ପର୍ବ ଦୀପାବଳି ଆପଣଙ୍କ ଜୀବନକୁ ଆଲୋକିତ କରୁ ଏବଂ ଅଧିକ ଖୁସି ଓ ଭଲ ପାଇବା ଭରିଦେଉ।

ସମ୍ବନ୍ଧିତ ଖବର