ଅନୁଷ୍କା କହିଲେ: ବିରାଟ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟକ୍ତି

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ କିଏ? ସେ ନେଇ ଏବେ ଜୋରସୋର ଚର୍ଚା ଚାଲିଛି। ସାଧାରଣ ଜନତାଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ, ସମସ୍ତେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସାଂପ୍ରତିକ କ୍ରିକେଟ୍‌ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ବାଛୁଛନ୍ତି। ହେଲେ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଏସବୁ ଚର୍ଚାଠାରୁ ଆଉ ଦୁଇ ପାଦେ ଆଗେଇ ଯାଇଛନ୍ତି। କୋହଲିଙ୍କୁ ସେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟକ୍ତି ଭାବେ ବର୍ଣ୍ଣନା କରିଛନ୍ତି। ନିଜ ନୂଆ ଚଳଚ୍ଚିତ୍ର ‘ସୁଇ ଧାଗା’ର ପ୍ରଚାର କାର୍ଯ୍ୟକ୍ରମ ବେଳେ ସାଥୀ କଳାକାର ବରୁଣ ଧାଓ୍ଵନ ଯେତେବେଳେ ଅନୁଷ୍କାଙ୍କୁ ସେ ବିଶ୍ୱର ଶ୍ରେଷ୍ଠବ୍ୟାଟ୍ସମ୍ୟାନଙ୍କୁ ବିବାହ କରିଛନ୍ତି କି? ବୋଲି ପଚାରିଥିଲେ। ଅନୁଷ୍କା ତୁରନ୍ତ ଏହାର ଉତ୍ତର ଦେଇ ବିଶ୍ୱର ଶ୍ରେଷ୍ଠ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ନୁହଁ, ମୁଁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟକ୍ତିଙ୍କୁ ବିବାହ କରିଛି ବୋଲି ଉତ୍ତର ଦେଇଥିଲେ।

ସମ୍ବନ୍ଧିତ ଖବର