ବିରୁଷ୍କାଙ୍କ ପାଇଁ ଖୁସି ଖବର: ଗ୍ଲୋବାଲ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଲିକାରେ ପାଇଲେ ସ୍ଥାନ

ନୂ୍ଆଦିଲ୍ଲୀ: ବିଶ୍ବସ୍ତରୀୟ ତଥ୍ୟ ସଂଗ୍ରହ ଏବଂ ବି‌‌‌ଶ୍ଳେଷଣ ପାଇଁ ଏକ ପ୍ଲାଟଫର୍ମ ହାଇପ ଅଡିଟର ଏଜେନ୍ସି -୨୦୨୦ ଗ୍ଲୋବାଲ୍ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଏକ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଶୀର୍ଷ -୨୫ରେ ଅଛନ୍ତି। ଗ୍ଲୋବାଲ୍ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଟପ-୨୫ ତାଲିକାରେ କେବଳ ତିନିଜଣ ଭାରତୀୟଙ୍କ ନାମ ସ୍ଥାନ ପାଇଛି।

ବିଶ୍ବସ୍ତରୀୟ ତଥ୍ୟ ସଂଗ୍ରହ ଏବଂ ବି‌‌‌ଶ୍ଳେଷଣ ପାଇଁ ଏକ ପ୍ଲାଟଫର୍ମ ହାଇପ ଅଡିଟର ଦ୍ବାରା ଏହି ତାଲିକାରେ ବିଶ୍ବର ଲୋକମାନଙ୍କୁ ପ୍ରଭାବିତ କରୁଥିବା ସେଲିବ୍ରିଟି ତାଲିକାରେ ବିରାଟ କୋହଲି ୧୧ନମ୍ବରରେ ଅଛନ୍ତି। ଏହାସହ ସେ ତାଲିକାରେ ସର୍ବାଧିକ ମାନ୍ୟତା ପାଇଥିବା ଭାରତୀୟ ହୋଇପାରିଛନ୍ତି। ଏଥିସହିତ  ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ୧୭ତମ ସ୍ଥାନରେ ଏବଂ ଅନୁଷ୍କା ଶର୍ମା ଏହି ତାଲିକାରେ ୨୪ନମ୍ବର ସ୍ଥାନରେ ଅଛନ୍ତି।

विराट कोहली और अनुष्का शर्मा

ଏହି ତାଲିକାରେ ପର୍ତ୍ତୁଗାଲ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଶୀର୍ଷରେ ଅଛନ୍ତି। ସେହିପରି କ୍ୟାଟ୍ରିନ କୈଫ ଏବଂ ଦୀପିକା ପାଦୁକୋନ ମଧ୍ୟ ‌ଶ୍ରେଷ୍ଠ ୫୦ ଗ୍ଲୋବାଲ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ତାଲିକା ପାଇଁ ୧୦୦୦ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସେମାନଙ୍କ ପ୍ରଶଂସକଙ୍କ ଗୁଣବତ୍ତା ଏବଂ ପ୍ରାମାଣିକ ଯୋଗଦାନ ସ୍ଥାନୀତ କରାଯାଇଥିଲା। ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ସାହାଯ୍ୟରେ ଏହି ସେଲିବ୍ରିଟିମାନେ ସଚେତନତା, ସଶକ୍ତିକରଣ, ନିଜକୁ ଉତ୍ସାହିତ କରିବାରେ କେତେ ସକ୍ଷମ ତାହା ଦେଖା‌ଯାଇଥିଲା। ଏଥିସହିତ ସୋସିଆଲ ମିଡିଆରେ ସେମାନଙ୍କ ଉପସ୍ଥିତି ଏବଂ ଶକ୍ତି କେତେ ତାହା ମଧ୍ୟ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର