ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ମୁମ୍ବାଇରେ ଲଗାତାର ଦୁଇଟି ଇଭେଣ୍ଟରେ ଭାଗ ନେବା ପରେ ଲଣ୍ଡନ ଫେରିଛନ୍ତି। ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ଏହା ଜଣାପଡ଼ିଛି। ଭିଡିଓରେ ଅକାୟ କୋହଲିଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓରେ ବିରାଟଙ୍କ ପ୍ରତିକ୍ରିୟା ଲୋକଙ୍କୁ ହସାଇଛି। 

Advertisment

ଭିଡିଓରେ ଦେଖାଯାଇଛି ଯେ, ବିରାଟ-ଅନୁଷ୍କା ରାସ୍ତା କଡ଼ରେ ଠିଆ ହୋଇଛନ୍ତି। ଅନୁଷ୍କାଙ୍କ ହାତରେ ଅକାୟ କୋହଲି ଥିବା ବେଳେ ବିରାଟ ଫୋନ ଧରିଛନ୍ତି। ଏହା ପରେ ବିରାଟ ନିଜ ବାମ କଡ଼କୁ ଦେଖୁଛନ୍ତି। କିଛି ଦୂରରେ ଜଣେ ବ୍ୟକ୍ତି ଭିଡିଓ ରେକର୍ଡ କରୁଥିବା ଦେଖି ସେ ତାଙ୍କୁ ବଡ଼ ବଡ଼ ଆଖି କରି ଦେଖିବା ପରେ ଅନୁଷ୍କାଙ୍କ ଆଡକୁ ଦେଖୁଛନ୍ତି। ଏହା ପରେ ଅନୁଷ୍କା ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତିଙ୍କୁ ଦେଖୁଛନ୍ତି। ଭିଡିଓଟି ସେଇଠି ଶେଷ ହୋଇଥିବା ବେଳେ ବିରାଟଙ୍କ ପ୍ରତିକ୍ରିୟା ପାଇଁ ଭିଡିଓଟି ଭାଇରାଲ ହେଉଛି।

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କିଛି ସମୟ ପୂର୍ବରୁ ପୁଅ ଅକାୟଙ୍କୁ ଜନ୍ମ ଦେଇଥିଲେ। ସେବେଠାରୁ ଅଭିନେତ୍ରୀ ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ଲଣ୍ଡନରେ ରହୁଛନ୍ତି। କିଛି ମାସ ହେବ ପୂରା ପରିବାର ଲଣ୍ଡନରେ ରହୁଥିବାରୁ ବିରୁଷ୍କା ଲଣ୍ଡନକୁ ସ୍ଥାନାନ୍ତର ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। କିଛି ଦିନ ତଳେ ଅନୁଷ୍କା ଭାରତ ଫେରିଥିଲେ। କିଛି ଇଭେଣ୍ଟରେ ଯୋଗ ଦେବା ପରେ ସେ ପୁଣି ଲଣ୍ଡନ ଫେରିଛନ୍ତି। ନିଜ ପିଲାଙ୍କୁ ସାଧାରଣ ଜୀବନ ଦେବା ପାଇଁ ଦୁହେଁ ଲଣ୍ଡନରେ ରହୁଥିବା କୁହାଯାଉଛି।

ଏ ଖବର ପଢ଼ନ୍ତୁ- https://sambad.in/entertainment/wasim-akram-big-statement-virat-kohli-has-already-registered-his-name-in-golden-letters-in-pages-of-history-babar-azam-7060466