ମୁମ୍ବାଇ: ଆଜି କ୍ରିକେଟ୍ ତାରକା ବିରାଟ କୋହଲିଙ୍କ ଜନ୍ମଦିନ ଅବସରରେ ନିଆରା ପୋଷ୍ଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପତ୍ନୀ ଅନୁଷ୍କା ଶର୍ମା। ବିରାଟଙ୍କର ୪ଟା ଭିନ୍ନ ଭିନ୍ନ ଫଟୋ ପୋଷ୍ଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଷ୍କା। ଫଟୋଗୁଡ଼ିକୁ ସେୟାର କରି ଅନୁଷ୍କା ଲେଖିଛନ୍ତି, ‘ଆଜି ତୁମ ଜନ୍ମଦିନ ମାଇଁ ଲଭ୍। ସେଥିପାଇଁ ମୁଁ ଭଲ ଭଲ ଫଟୋ ଚୟନ କରିଛି ପୋଷ୍ଟ୍ କରିବାକୁ। ତୁମକୁ ସବୁ ପରିସ୍ଥିତି, ସବୁ ରୂପ ଓ ସବୁ ପଥରେ ପ୍ରେମ କରେ।’
ଅନୁଷ୍କା ପୋଷ୍ଟ୍ କରିଥିବା ବିରାଟଙ୍କର ଏହି ବଛା ବଛା ଫଟୋଗୁଡ଼ିକ ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ପ୍ରଥମେ ବିରାଟଙ୍କର ଏକ ଜୁମ୍ ଫଟୋ ଦେଖିବାକୁ ମିଳିଛି। ଦ୍ବିତୀୟ ଫଟୋରେ ବିରାଟ ଘାସରେ ଛିଡ଼ା ହୋଇ କ୍ୟାମେରା ପୋଜ୍ ଦେଇଛନ୍ତି। ହାତରେ ଧରିଛନ୍ତି ଜୋତା ଓ କାନ୍ଧରେ ପକାଇଛନ୍ତି ଏକ ବ୍ୟାଗ୍। ତୃତୀୟ ଫଟୋଟି ଏକ ଅନ୍ଧାରୁଆ ବ୍ୟାକ୍ଗ୍ରାଉଣ୍ଡ୍ର। ଚତୁ୍ର୍ଥ ଫଟୋରେ ସେ ତାଙ୍କ ଝିଅକୁ କୋଳରେ ଧରିଛନ୍ତି।’
View this post on Instagram
୨୦୦୮ ମସିହାରୁ ପଦାର୍ପଣ କରିବା ପରଠୁ ୧୪ ବର୍ଷ ଧରି ସେ ଭାରତୀୟ କ୍ରିକେଟ୍ର ପ୍ରମୁଖ ଖେଳାଳି ଭାବେ ରହି ଆସିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କଠୁ ଅଧିନାୟକତ୍ବ ଭାର ଗ୍ରହଣ କରିବା ପରେ ଭାରତୀୟ ଦଳକୁ ୧ ନମ୍ବର ସ୍ଥାନରେ ପହଞ୍ଚାଇବା ତାଙ୍କର ସବୁଠୁ ବଡ଼ ଉପଲବ୍ଧି।
ନେତୃତ୍ବ ଚାପ ତାଙ୍କ ଉପରେ ଅଧିକ ରହୁଥିବାରୁ ପରେ ଏଥିରୁ ଓହରିଯାଇ ବ୍ୟାଟିଂ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରିଛନ୍ତି। ଯାହାଫଳରେ ସେ ଅଧିକ ଆକ୍ରମଣାତ୍ମକ ହୋଇ ଖେଳୁଛନ୍ତି। ତାଙ୍କ ବ୍ୟାଟିଂ ପାଳି ଆସିଲେ ବୋଲରଙ୍କ ଭିତରେ ଭୟ ଖେଳିଯାଉଛି ଏବଂ ଦର୍ଶକମାନଙ୍କର ଭଲ ମନୋରଂଜନ ହେଉଛି। କ୍ରିକେଟ୍ ଉପରେ ତାଙ୍କର ଆଧିପତ୍ୟକୁ ଦେଖି ସାମାଜିକ ଗଣମାଧ୍ୟମରେ ତାଙ୍କୁ ‘କିଙ୍ଗ୍ କୋହଲି’ର ଆଖ୍ୟା ଦିଆଯାଉଛି।