ଦୁବାଇ: ଟିମ୍ ଇଣ୍ଡିଆର ବିରାଟ ବିଜୟ ପରେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କୁ ବି ଅଭିନନ୍ଦନ ଜଣାଉଛନ୍ତି ଦେଶବାସୀ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଯାଏଁ ଅନେକ ବଡ ବଡ ନେତା ଶୁଭେଚ୍ଛା ଜଣାଇଛନ୍ତି । ହେଲେ ପଡିଆରେ ଟିମ୍ ଇଣ୍ଡିଆର ବିଜୟ ପରେ ଏକ ନିଆରା ଦୃଶ୍ଯ ଦେଖିବାକୁ ମିଳିଥିଲା ଯାହା ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ।
ଭାରତର ବଡ ବିଜୟ ପରେ ପଡିଆରେ ରୋହିତ ଶର୍ମାଙ୍କୁ କୋଳେଇ ନେଇ ଅଭିନନ୍ଦନ ଜଣାଇଛନ୍ତି ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା । ଏହି ସମୟରେ ପାଖରେ ରୋହିତଙ୍କ ପତ୍ନୀ ରିତିକା ମଧ୍ଯ ଥିଲେ । ରୋହିତ ନିଜ ପତ୍ନୀଙ୍କ କଥା ଖୁସି ମନାଉଥିବା ବେଳେ ଅନୁଷ୍କା ଆସି ତାଙ୍କୁ କୋଳେଇ ନେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସେହି ମୁହୂର୍ତ୍ତର ଭିଡିଓ ଭାଇରାଲ ହେଉଛି ।
rohit and anushka together pic.twitter.com/jvfQA1vMjf
— Nush (@kyayaarcheeks) March 9, 2025
ଖାଲି ରୋହିତଙ୍କୁ ନୁହେଁ ବିଜୟ ପରେ କୋହଲିଙ୍କୁ ଆଲିଙ୍ଗନ କରି ବିଜୟର ଶୁଭେଚ୍ଛା ଜଣାଇଛନ୍ତି ନିଜ ପତ୍ନୀ ଅନୁଷ୍କା ଶର୍ମା । ଏଥିସହ କୋହଲି ସାଙ୍ଗରେ ହସଖୁସି କରୁଥିବା ଭିଡିଓ ମଧ୍ଯ ଭାଇରାଲ ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/10/usa9CanIeW5Prvaxi2KN.jpg)