ମୁମ୍ବାଇ : ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ୍ ବିରାଟ କୋହଲି ଏବଂ ବଲିଉଡ୍ କଳାକାର ଅନୁଷ୍କା ଶର୍ମାଙ୍କର ବିବାହ ୨୦୧୭ର ସବୁଠାରୁ ଚର୍ଚ୍ଚିତ ବିବାହ ଥିଲା । ନିଜ ବିବାହକୁ ଗୋପନ ରଖି ଇଟାଲିରେ ବିବାହ କରିଥିଲେ ଏହି ପ୍ରେମୀ ଯୁଗଳ । ବିବାହ ପରେ ସୋସିଆଲ ସାଇଟ୍ମାନଙ୍କରେ ଦୁହିଁଙ୍କ ଫଟୋ ମଧ୍ୟ ଚହଳ ପକାଇଥିବା ବେଳେ ଏବେ ଆଉ ଏକ ଖବର ଶୁଣିବାକୁ ମିଳିଛି । ବିବାହର ୩ ମାସ ପରେ ଅନୁଷ୍କା ଗର୍ଭବତୀ ଥିବା କୁହାଯାଉଛି । ଏହି ଖବର ପ୍ରସାରିତ ହେବା ପରେ ସମସ୍ତେ ଦୁହିଁଙ୍କୁ ଅଭିନନ୍ଦନ ଜଣାଇବା ବେଳେ କିଛି ଲୋକ ଏହି ଖବରକୁ ହଜମ କରି ପାରୁ ନାହାନ୍ତି । ଅନୁଷ୍କା ଏତେ ଶୀଘ୍ର କେମିତି ମା’ ହେବା କଥା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। କିଛି ଲୋକ ବିବାହ ପରି ଏ ଖବରକୁ ମଧ୍ୟ ବିରୁଷ୍କା ଗୋପନ ରଖିବାକୁ ଚାହୁଁଥିବେ ବୋଲି କହିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ବିରାଟଙ୍କ ଟ୍ଵିଟ୍ରୁଏ ଖବର ପ୍ରସାର ହେବା ଆରମ୍ଭ ହୋଇଥିଲା । କିଛି ଦିନ ତଳେ ବିରାଟ ଏକ ଟ୍ଵିଟ୍ କରିଥିଲେ । ଯେଉଁଥିରେ “ଏବେ ବହୁତ କିଛି ଘଟୁଛି । ଆପଣମାନେ ଏହା ବିଷୟରେ ବହୁତ ଶୀଘ୍ର ଜାଣି ପାରିବେ” ବୋଲି ଟ୍ଵିଟ୍ କରିଥିଲେ । ।
There’s a lot that’s happening right now. Fill you guys in real soon! ?
— Virat Kohli (@imVkohli) March 9, 2018
ଏହି ଟ୍ଵିଟ୍ ଆସିବା ପରେ ବିରାଟଙ୍କ ଫ୍ୟାନ୍ ଏହାର ବିଭିନ୍ନ ଦିଗ ଭାବିବା ସହ ଲେଖିବା ଆରମ୍ଭ କରିଥିଲେ । ଅନୁଷ୍କା ଭାଉଜ ଗର୍ଭବତୀ ଅଛନ୍ତି କି?ଛୋଟ ବିରାଟ ଆସିବାର ଅଛି କି? ଏଭଳି ଟ୍ଵିଟ୍ କରି ବିରାଟଙ୍କ ଫ୍ୟାନ୍ମାନେ ତାଙ୍କ ଟ୍ଵିଟ୍ର ଜବାବ ରଖିଥିଲେ । ଅନ୍ୟ ପକ୍ଷରେ ଏତେ ସବୁ ପ୍ରଶ୍ନର ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇ ନାହାନ୍ତି ବିରାଟ । ପ୍ରକୃତ କଥା କ’ଣ ତାହା ବିରାଟଙ୍କ ଉତ୍ତର ଦେବା ପରେ ହିଁ ଜଣା ପଡ଼ିବ ?