ଅହମଦାବାଦ: ଲଗାତାର ୬ ମ୍ୟାଚ୍‌ ଜିତି ପ୍ଲେଅଫ୍‌କୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଆଇପିଏଲ୍‌ରୁ ଏଲିମିନେଟ୍‌ ହୋଇଛି। ବୁଧବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍‌ରେ ଆର୍‌ସିବିକୁ ହରାଇ କ୍ବାଲିଫାୟର-୨ରେ ପହଞ୍ଚିଛି। ତା ସହ ଚାରି ମ୍ୟାଚ୍ ପରାଜୟ ଧାରାରେ ବ୍ରେକ୍ ଲଗାଇଛି। ଫଳରେ ଆର୍‌ସିବି ଓ ‌ବିରାଟ କୋହଲିଙ୍କ ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ପୁଣି ଥରେ ଅଧୁରା ରହିଯାଇଛି।

Advertisment

କୋହଲିଙ୍କ ଟ୍ରଫି ଜିତିବାର ସ୍ବପ୍ନ ଭାଙ୍ଗିବା ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ବି ଭାଙ୍ଗିଯାଇଛି। ଏମଧ୍ୟରେ ବିରାଟଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା କିଭଳି ଥିଲା ତାହା ସାମ୍ନାକୁ ଆସିଛି। ଭାଇରାଲ ହେଉଥିବା ଭିଡିଓରେ ଅନୁଷ୍କା ନିରାଶ ଜଣାପଡ଼ୁଥିବା ବେଳେ ବାରମ୍ବାର ପଡ଼ିଆକୁ ଦେଖୁଛନ୍ତି। ଏହା ସହ ତାଙ୍କ ସହ ଥିବା ବନ୍ଧୁମାନଙ୍କୁ ସେ କିଛି ପଚାରୁଥିବା ଦେଖାଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ ପତ୍ନୀ ଭାବରେ ସ୍ବାମୀଙ୍କୁ ଅନୁଷ୍କା ଯେଉଁଭଳି ଭାବେ ସମର୍ଥନ କରୁଛନ୍ତି, ତାହା ଅନେକଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି।

ଭାରତ ବିଶ୍ବକପ ହାରିବା ସମୟରେ ବି ଅନୁଷ୍କ‌ା, ବିରାଟଙ୍କୁ ଆଲିଙ୍ଗନ କରିବାର ଦୃଶ୍ୟ ମଧ୍ୟ ଖୁବ ଭାଇରାଲ ହୋଇଥିଲା।