ହାଇଦ୍ରାବାଦ: ହାଇଦ୍ରାବାଦଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୬୫ତମ ମ୍ୟାଚରେ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରିଛି ବାଙ୍ଗାଲୋର । ଦ୍ବିତୀୟ ପାଳିରେ ବାଙ୍ଗାଲୋର ୧୮୭ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୯,୨ ଓଭରରେ ୨ ୱିକେଟ ହରାଇ ୧୮୭ ରନ୍‌ କରି ବିଜୟୀ ହୋଇଛି । ବାଙ୍ଗାଲୋର ପକ୍ଷରୁ ପ୍ରଥମରୁ ଭଲ ବ୍ୟାଟିଂ କରିଥିଲା। ଦୁଇ ଓପନର ବିରାଟ ଓ ଡୁ ପ୍ଲେସିସ୍‌ଙ୍କ ଦମ୍‌ଦାର ୧୭୨ ରନ୍‌ର ଭାଗୀଦାରି ଦେଖିବାକୁ ମିଳିଥିଲା, ଡୁ ପ୍ଲେସିସ୍ ୭୧ ରନ୍‌ କରିଥିବା ବେଳେ ବିରାଟ ୬୩ ବଲରେ ୧୦୦ ରନ୍‌ କରିଥିଲେ । ଫଳରେ ବାଙ୍ଗାଲୋର ଏହି ମ୍ୟାଚ୍‌କୁ ୮ ୱିକେଟରେ ଜିତି ନେଇଥିଲା।

Advertisment

oa7l89u

ଏହି ଖେଳରେ ବିରାଟଙ୍କ ଦମଦାର ବ୍ୟାଟିଂକୁ ଦେଖି ପୁଣି ପ୍ରମାଣ ହୋଇଗଲା କି ତାଙ୍କୁ କାହିଁକି ‘ରନ୍ ମେସିନ୍’ ବୋଲି କୁହାଯାଇଥାଏ। ବିରାଟଙ୍କ ପଡ଼ିଆରେ ଏଭଳି ଜବରଦସ୍ତ ପ୍ରଦର୍ଶନକୁ ଦେଖି ଦର୍ଶକ ବେଶ ଖୁସି ହୋଇଯାଇଥିଲେ, ତାଙ୍କର ଏଭଳି ଶତକକୁ ଦେଖି ଫ୍ୟାନ୍ସ  ଭୁରିଭୁରି ପ୍ରଶଂସା କରୁଛନ୍ତି। ଏହି ଖେଳର ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବହୁ ମାତ୍ରାରେ ସେୟାର ବି କରୁଛନ୍ତି। ଏହି କ୍ରମ‌ରେ ବିରାଟଙ୍କ ଧର୍ମପତ୍ନୀ ବା କାହିଁକି ପଛରେ ଥାଆନ୍ତେ? ସେ ବି ସ୍ବାମୀଙ୍କ ଏଭଳି ବ୍ୟାଟିଂ ଦେଖି ଚିକିତ ହୋଇଯାଇଥିଲେ।

ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ବିରାଟ ବ୍ୟାଟିଂ କରିବାର ଅନେକ ଫଟୋକୁ ଗୋଟିଏ ଫ୍ରେମରେ ରଖିଥିଲେ। ଆଉ ତାହାକୁ ଷ୍ଟୋରିରେ ପୋଷ୍ଟ କରି ଲେଖିଥିଲେ, ‘ବାଃ! କି ଦମଦାର ପ୍ରଦର୍ଶନ!!’