ଭୁଟାନରେ ଛୁଟି କଟାଉଛନ୍ତି ବିରୁଷ୍କା, ସାମାଜିକ ଗଣମାଧ୍ୟମରେ ଫଟୋ

ନୂଆଦିଲ୍ଲୀ : ବାଂଲାଦେଶ ଶୃଙ୍ଖଳାରୁ ବିଶ୍ରାମ ନେଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଭୁଟାନରେ ଛୁଟି କଟାଉଛନ୍ତି। ଉଭୟଙ୍କୁ ସେଠାକାର ଏକ ହୋଟେଲର କର୍ମଚାରୀମାନେ ସ୍ବାଗତ କରୁଥିବାର ଫଟୋ ପଦାକୁ ଆସିବା ପରେ ଏକଥା ଜଣାପଡ଼ିଛି।

ଏହି ଫଟୋରେ ବିରାଟ-ଅନୁଷ୍କା ବେଶ୍ ଖୁସି ଥିବା ଦେଖିବାକୁ ମିଳୁଛି। ବିରାଟ କଳା ଟ୍ରାକସୁଟ ଏବଂ ଷ୍ଟାଇଲିସ୍ ଗଗଲ୍ସ ପିନ୍ଧିଥିଲା ବେଳେ ଅନୁଷ୍କା ମଧ୍ୟ କଳା ପ୍ୟାଣ୍ଟ ଏବଂ ଗୋଳାପୀ ସ୍ବିଟ୍ ସାର୍ଟ ପିନ୍ଧି ବେଶ୍ ସୁନ୍ଦର ଦେଖା ଯାଉଛନ୍ତି। ଉଭୟ ନିଜ ନିଜର କାନ୍ଧରେ ବ୍ୟାଗ୍ ରଖିଥିଲା ବେଳେ ଭୁଟାନରେ ପହଞ୍ଚି ବେଶ୍ ଆନନ୍ଦିତ ଥିଲା ଭଳି ମନେ ହେଉଛନ୍ତି। ଆଗାମୀ ସମୟରେ ନିଜ ଭୁଟାନ ଭ୍ରମଣର ଆଉ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବାକୁ ପ୍ରଶଂସକମାନେ ଭାରତୀୟ କ୍ରୀଡ଼ାର ଏହି ଚର୍ଚିତ ଯୋଡ଼ିଙ୍କୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ କୋହଲି-ଅନୁଷ୍କାଙ୍କ କର୍ବାଚୌଥ ଫଟୋ ବେଶ୍ ଚର୍ଚିତ ହୋଇଥିଲା।

ସମ୍ବନ୍ଧିତ ଖବର