ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୧୭ ଡିସେମ୍ବର ୧୧ରେ ଇଟାଲିରେ ବିବାହ କରିଥିଲେ। ୨୦୨୧ ଜାନୁଆରି ୧୧ରେ ପ୍ରଥମ ସନ୍ତାନ ଝିଅ ଭାମିକାର ପିତାମାତା ହେବାର ସୌଭାଗ୍ୟ ପାଇଥିବା ବେଳେ ୨୦୨୪ ଫେବୃଆରି ୧୫ ତାରିଖରେ ତାଙ୍କ ଘରକୁ ଏକ ଅମୂଲ୍ୟ ରତ୍ନର ଆଗମନ ହୋଇଛି। ଯାହାଙ୍କ ନାମ ରହିଛି ଆକାୟ। ଏ ଖୁସିଖବରକୁ ବିରୁଷ୍କା ଇନଷ୍ଟାଗ୍ରାମ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ।
ତେବେ ଅନୁଷ୍କା ଓ ବିରାଟ ପୁଅର ନାମ ଆକାୟ କାହିଁକି ରଖିଛନ୍ତି ସେନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି କ୍ରମରେ କିନ୍ତୁ ବିରାଟଙ୍କ ଫ୍ୟାନ୍ସମାନେ ଆକାୟ ନାମର ଅର୍ଥ ବାହାର କରିଛନ୍ତି।
ଆକାୟ ଭଗବାନ ଶିବଙ୍କ ଅନ୍ୟ ନାମ। ସେହିପରି ସଂସ୍କୃତି ଭାଷାରେ ଆକାୟର ଅର୍ଥ ‘ଅମର’ ତୁର୍କିରେ ପୂର୍ଣ୍ଣ ଚନ୍ଦ୍ରମା ବା ପୂର୍ଣ୍ଣିମାର କିରଣ ବୋଲି ଫ୍ୟାନ୍ସମାନେ ପ୍ରତିକ୍ରିୟା ଦେଇ କହିଛନ୍ତି। ଅନୁଷ୍କା ଓ ବିରାଟ ନିଜର ପୁତ୍ର ସନ୍ତାନର ଚେହେରା ଦେଖାଇ ନଥିବା ବେଳେ ଫ୍ୟାନ୍ସମାନେ ଏଆଇ ଜେନରେଟେଡ ଫଟୋ ବାହାର କରିଛନ୍ତି।
ଆକାୟଙ୍କ ବିରାଟଙ୍କ ସାଙ୍ଗରେ ଅନେକ ଏଆଇ ଜେନେରେଟେଡ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ଆକାୟଙ୍କୁ ବିରାଟ କାଖେଇ ସ୍ନେହ କରୁଥିବା ଦେଖିବାକୁ ମିଳିଛି।