ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାଂପ୍ରତିକ ତାଲାବନ୍ଦ ସମୟରେ ଲୋକମାନେ ନିଜକୁ ମନୋର˚ଜିତ କରିବାକୁ ବିଭିନ୍ନ ପନ୍ଥା ଆପଣାଇଥା’ନ୍ତି। ତେବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଛାଡ଼ିଥିବା ଏକ ଭିଡିଓରେ ବିରାଟ କୋହଲି ପ୍ରାକ୍ ଇତିହାସ ବେଳର ଅଭିନୟ କରୁଥିବା ଦେଖାଯାଇଛି। ଉକ୍ତ ଭିଡିଓରେ କୋହଲି ସ୍କ୍ରିନ୍ ସାମ୍ନାରେ ମଜାଳିଆ ଢଙ୍ଗରେ ଚାଲିଚାଲି ଯାଉଥିଲା ବେଳେ ତାଙ୍କର ଦୁଇ ହାତ ଛାତି ଉପରକୁ ରଖିଥିଲେ। ଯାହାକି ଏକ ଡାଇନାସୋର୍ ଭଳି ଦେଖାଯାଉଥିଲା।
ଏପରିକି ଚାଲିଚାଲି ଯାଉଥିଲା ବେଳେ ଶେଷ ବେଳକୁ କ୍ୟାମେରା ଆଡକୁ ମୁହଁ କରି ବୋବାଇଥିଲେ। ଅନୁଷ୍କା ଏହି ଭିଡିଓର ବିବରଣୀରେ ଏକ ଡାଇନାସୋର ଦେଖିଥିବା ଲେଖିଥିଲେ। ଅନୁଷ୍କା ଅଧିକା˚ଶ ସମୟରେ କୋହଲିଙ୍କ ଇନ୍ଷ୍ଟାଗ୍ରାମ ଲାଇଭ୍ ଚାଟ୍ରେ ପ୍ରବେଶ କରିଯାଉଥିଲା ବେଳେ ନିକଟରେ ସୁନୀଲ ଛେତ୍ରୀଙ୍କ ସହ ବିରାଟଙ୍କ ବାର୍ତ୍ତାଳାପ ଚାଲିଥିଲା ବେଳେ ଅନୁଷ୍କା ସେଠାରେ ତାଙ୍କୁ ‘ମିଛୁଆ’ କହି ଚାଲିଯାଇଥିଲେ।