ଫିଲ୍ମ ଗୀତରେ ଝୁମୁଥିଲେ ଅନୁଷ୍କା ଶର୍ମା, କ୍ୟାମେରା ଦେଖି ଦେଲେ ଏଭଳି ପ୍ରତିକ୍ରିୟା

ଲିଡ଼ସ: କ୍ରିକେଟ ବିଶ୍ୱକପର ୨୦୧୯ରେ ଶନିବାର ଦିନ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯାଇଥିଲା | ଏଥିରେ ଭାରତ ୭ ଉଇକେଟରେ ବିଜୟ ହାସଲ କରିଥିଲା | ଏହି ମ୍ୟାଚ ଦେଖିବାକୁ ବିରାଟ କୋହଲୀଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପହଞ୍ଚିଥିଲେ | ତେବେ ମ୍ୟାଚ ସମୟରେ ଅନୁଷ୍କା ଏଭଳି ପ୍ରତିକ୍ରିୟା ଦେଖାଇଥିଲେ ଯାହାକି ଏବେ ଖୁବ ଭାଇରଲ ହୋଇଛି |

ପ୍ରକୃତରେ ମ୍ୟାଚ ସମୟରେ ଷ୍ଟାଡିୟମରେ ପଂଜାବୀ ଗୀତ ତାରେ ଗିନ ଗିନ ବାଜୁଥିଲା, ଆଉ ଏହି ଗୀତକୁ ଅନୁଷ୍କା ଉପଭୋଗ କରୁଥିଲେ | ତେବେ ଯେତେବେଳେ କ୍ୟାମେରା ତାଙ୍କ ଉପରେ ପଡିଥିଲା ଅନୁଷ୍କା ସତର୍କ ହୋଇଯାଇଥିଲେ | ଏହା ପରେ କ୍ୟାମେରା ଆଡକୁ ଦେଖି ନିଜ ସାଙ୍ଗଙ୍କୁ ଏ ବାବଦରେ କହିଥିଲେ |

ଏହାଛଡା ମ୍ୟାଚର ପ୍ରାୟ ସବୁ ମୁହୂର୍ତ୍ତରେ ଭାରତୀୟ ଟିମକୁ ଚିୟର କରୁଥିବାର ନଜର ଆସିଥିଲେ ଅନୁଷ୍କା | ଏଠାରେ ସୂଚନା ଥାଉ କି ଆଇସିସି ବିଶ୍ୱକପ-୨୦୧୯ର ନିଜର ଶେଷ ଲିଗ ମ୍ୟାଚରେ ଶ୍ରୀଲଙ୍କାକୁ ୭ ଉଇକେଟରେ ହରାଇଥିଲା ଟିମ ଇଣ୍ଡିଆ | ଶ୍ରୀଲଙ୍କା ଭାରତକୁ ୨୬୫ ରନର ଟାର୍ଗେଟ ଦେଇଥିବାବେଳେ ୪୩.୩ ଓଭରରେ ଭାରତ ହାସଲ କରିନେଇଥିଲା |

ସମ୍ବନ୍ଧିତ ଖବର