ଏସୀୟ ସୌଖୀନ ଚେସ୍‌ ଅପରାଜିତା ଶୀର୍ଷରେ

ଭୁବନେଶ୍ୱର: ଗତ ୨୪ ତାରିଖରୁ ଥାଇଲାଣ୍ଡ୍‌ର ଚିଆଙ୍ଗ୍‌ ମାଇଠାରେ ଚାଲିଥିବା ଏସୀୟ ସୌଖୀନ ଚେସ୍‌ ପ୍ରତିଯୋଗିତାରେ ଆନ୍ତର୍ଜାତିକ ଓଡ଼ିଆ ଚେସ୍‌ ଖେଳାଳି ଅପରାଜିତା ଗୋଛିକାର ତୃତୀୟ ରାଉଣ୍ଡ୍‌ ଶେଷ ସୁଦ୍ଧା ମିଳିତ ଶୀର୍ଷ ସ୍ଥାନରେ ରହିଛନ୍ତି। ଅପରାଜିତା ତୃତୀୟ ଦିବସରେ ପାକିସ୍ତାନର ସାଇନା ରଫିକ୍‌ଙ୍କୁ ପରାସ୍ତ କରି କ୍ରମାଗତ ତୃତୀୟ ବିଜୟ ହାସଲ କରିଛନ୍ତି। ଏଥି ସହିତ ୩ ରାଉଣ୍ଡ୍‌ରୁ ପୂରା ୩ ପଏଣ୍ଟ ପାଇ ଅପରାଜିତା ଅନ୍ୟ ୩ ଖେଳାଳି (ମାଲେସିଆ ଓ ଫିଲିପାଇନ୍‌ସ)ଙ୍କ ସହ ମିଳିତ ଭାବେ ଆଗୁଆ ରହିଛନ୍ତିି। ମୋଟ ୯ ରାଉଣ୍ଡ୍‌ ବିଶିଷ୍ଟ ଏହି ପ୍ରତିଯୋଗିତାର ଆଉ ୬ ରାଉଣ୍ଡ୍‌ ବାକି ରହିଛି।

ସମ୍ବନ୍ଧିତ ଖବର