ଏପ୍ରିଲ୍‌ ୨ରୁ ଓସିଏ ଘରୋଇ ପ୍ରତିଯୋଗିତା

ଭୁବନେଶ୍ବର: ଏପ୍ରିଲ୍‌ ୨ ତାରିଖରୁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ଘରୋଇ ପ୍ରତିଯୋଗିତା ଆରମ୍ଭ ହେବ। ରବିବାର ଓସିଏ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ‌ହୋଇଛି। ୧୬ ବର୍ଷ, ୧୯ ବର୍ଷରୁ କମ୍‌ ବୟସ ବର୍ଗ ପ୍ରତିଯୋଗିତା ଯଥାକ୍ରମେ ଅପ୍ରେଲ୍‌ ୨ ଓ ୧୫ରୁ ଆରମ୍ଭ ହେବାକୁ ଥିଲା ବେଳେ ମହିଳା ପ୍ରତିଯୋଗିତା ୨୦ ଏବଂ କଳାହାଣ୍ଡି କପ୍‌ ୨୫ ତାରିଖରୁ ଆରମ୍ଭ ହେବ। ସମସ୍ତ ଜିଲ୍ଲା ସଂଘ ଫେବ୍ରୁଆରି ୨୦ ତାରିଖ ମଧ୍ୟରେ ପ୍ରବେଶିକା ପାଉଣା ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ପ୍ରତି ଜିଲ୍ଲା ମାର୍ଚ ୨୦ ତାରିଖ ମଧ୍ୟରେ ଅତିବେଶୀରେ ୨୫ ଜଣ ଖେଳାଳିଙ୍କ ସଂପୂର୍ଣ୍ଣ ଭାବେ ପୂରଣ ହୋଇଥିବା ଫର୍ମ ସହ ଆବଶ୍ୟକ ଡକୁମେଣ୍ଟ୍‌ ପଠାଇବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର