ଧୋନିଙ୍କୁ ସଂଗୀତ ଉତ୍ସର୍ଗ କଲେ ଏଆର୍‌ ରହମନ୍‌

ନୂଆଦିଲ୍ଲୀ : ଓସ୍କାର ବିଜେତା ଗୀତିକାର ଏଆର୍‌ ରହମନ୍‌ ଚଳିତ ଆଇପିଏଲ୍‌ ଅବସରରେ ଚେନ୍ନାଇ ସୁପର କିଙ୍ଗ୍‌ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉଦ୍ଦେଶ୍ୟରେ ଲଗାନ ଚଳଚିତ୍ରର ହିଟ୍‌ ଗୀତ ‘‘ଚଲେ ଚଲୋ’’କୁ ଉତ୍ସର୍ଗ କରିଛନ୍ତି। ଏହି ଗୀତ ଏକ‌ାଠି ଖେଳିବା ପାଇଁ ଦଳୀୟସାଥୀମାନଙ୍କୁ ପ୍ରେରିତ କରିବ ବୋଲି ରହମନ୍‌ କହିଛନ୍ତି। ଅନ୍ୟପକ୍ଷରେ ରହମନ୍‌ ମଧ୍ୟ ରଙ୍ଗିଲା ଚଳଚିତ୍ରର ହିଟ୍‌ ଗୀତ ‘‘ମାଙ୍ଗ୍‌ତା ହେ କ୍ୟା’’କୁ ଚେନ୍ନାଇ ସୁପର କିଙ୍ଗ୍‌ସ ଅଲ୍‌ରାଉଣ୍ଡର ସୁରେଶ ରାଇନାଙ୍କ ପ୍ରତି ଉତ୍ସର୍ଗ କରିଛନ୍ତି। ଏହି ଗୀତକୁ ରାଇନା ପ୍ରାୟତଃ ସବୁବେଳେ ଶୁଣନ୍ତି ବୋଲି ସେ କହିଛନ୍ତି। ମୁଁ ଯେତେବେଳେ ବାଙ୍ଗାଲୋର ଯାଇଥାଏ, ସେତେବେଳେ ରାଇନା ରଙ୍ଗିଲା ଚଳଚିତ୍ରର ଏକାଧିକ ଗୀତକୁ ଶୁଣୁଥିବା ଜାଣିଥିଲି ବୋଲି ଷ୍ଟାର୍‌ ସ୍ପୋର୍ଟସ ସୋ’ କ୍ରିକେଟ୍‌ ଲାଇଭ୍‌କୁ କହିଛନ୍ତି କିଂବଦନ୍ତି ଗୀତିକାର ରହମନ୍‌।

ସମ୍ବନ୍ଧିତ ଖବର