ଆରାଧ୍ୟାଙ୍କୁ ଏସୀୟ ମୁକୁଟ

ଭୁବନେଶ୍ବର : ଏସୀୟ ଟେନିସ୍‌ ମହାସଂଘ (ଏଟିଏଫ) ପ୍ରତିଯୋଗିତାରେ ଓଡ଼ିଶାର ଆରାଧ୍ୟା ବର୍ମା ପୁଣି ଥରେ ଚମକ ଛାଡ଼ିଛନ୍ତି। ଛତିଶଗଡ଼ର ଭିଲାଇରେ ଅନୁଷ୍ଠିତ ଏହି ଏଟିଏଫ୍‌ ପ୍ରତିଯୋଗିତାର ୧୪ ବ‌ର୍ଷରୁ କମ୍‌ ବାଳିକା ବର୍ଗରେ ଆରାଧ୍ୟା ଯୁଗଳ ବର୍ଗରେ ଟ୍ରଫି ଏବଂ ଏକକ ବର୍ଗରେ ଉପ ବିଜୟିନୀ ହୋଇଛନ୍ତି। ଗୁଜରାଟର ସାଇଭି ଦଲ୍ଲାଙ୍କୁ ସାଥି କରି ସେ ଯୁଗଳ ଫାଇନାଲ୍‌ରେ ଓଡ଼ିଶାର ଆହାନ ଓ ଉତ୍ତରପ୍ରଦେଶର ନନ୍ଦିନୀଙ୍କୁ ୬-୩, ୬-୩ରେ ପରାସ୍ତ କରିଥିଲେ। ଏକକ ଫାଇନାଲ୍‌ରେ କିନ୍ତୁ ଜୟା କପୁରଙ୍କଠାରୁ ୩-୬, ୨-୬ରେ ହାରିଯାଇଥିଲେ। ଆରାଧ୍ୟାଙ୍କୁ ତାଙ୍କ ପ୍ରଶିକ୍ଷକ ଫାରହାନ୍ ଅଲୀ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର