ଆରାଧ୍ୟାଙ୍କୁ ଆଇଟା ମୁକୁଟ, କ୍ରିଷ୍ଣା ଉପବିଜୟିନୀ

ଭୁବନେଶ୍ବର: ରାଜ୍ୟ ଟେନିସ୍‌ ଦୁନିଆର ଦୁଇ ଉଦୀୟମାନ ପ୍ରତିଭା କ୍ରିଷ୍ଣା ରାଜ ଓ ଆରାଧ୍ୟା ବର୍ମାଙ୍କ ପାଇଁ ଏପ୍ରିଲ ଶେଷ ସପ୍ତାହ ବଢ଼ିଆ ବିତିଛି। ସର୍ବଭାରତୀୟ ଟେନିସ୍‌ ପ୍ରତିଯୋଗିତାର ଚାମ୍ପିଅନସିପ୍‌ ସିରିଜ୍ (ସିଏସ୍‌-୭)ରେ ଆରାଧ୍ୟା ବାଳିକା ଯୁଗଳରେ ଟ୍ରଫି ବିଜେତା ହୋଇଥିବା ବେଳେ ଏକକରେ ଉପବିଜୟିନୀ ହୋଇଛନ୍ତି। କୋଲକାତାରେ ଅନୁଷ୍ଠିତ ଏହ‌ି ଆଇଟା ସିଏସ୍‌-୭ର ୧୬ ବର୍ଷରୁ କମ୍‌ ବାଳିକା ଏକକ ଫାଇନାଲରେ ଆରାଧ୍ୟାଙ୍କୁ ପଶ୍ଚିମବଙ୍ଗର ସୋହିନୀ ଚାଟାର୍ଜୀ ଟାଇବ୍ରେକ୍‌ ସ୍କୋର୍‌ ୪-୭, ୬-୨, ୪-୬ରେ ପରାସ୍ତ କରିଥିଲେ। ସେହି ପଶ୍ଚିମବଙ୍ଗର ଆକାଂକ୍ଷା ଘୋଷଙ୍କୁ ସାଥି କରି ଯୁଗଳ ଫାଇନାଲ୍‌ରେ କିନ୍ତୁ ଆରାଧ୍ୟା ସ୍ଥାନୀୟ ଯୋଡ଼ି ଆଲିନା ଫରିଦ ଓ ସୌମ୍ୟା ଚାଟାର୍ଜୀଙ୍କୁ ୬-୨, ୫-୭, ୧୦-୮ରେ ପରାସ୍ତ କରି ବିଜେତା ଟ୍ରଫି ପାଇଥିଲେ। ଅନ୍ୟପକ୍ଷରେ ହରିୟାଣାର ରୋହତକଠାରେ ଅନୁଷ୍ଠିତ ଆଇଟା ସିଏସ୍‌-୭ର ୧୬ ବର୍ଷରୁ କମ୍‌ ସେମିଫାଇନାଲ୍‌ ଉଠିଥିବା କ୍ରିଷ୍ଣା ରାଜଙ୍କ ଅଭିଯାନକୁ ହରିୟାଣାର ଅବନି ସହରାୟ ୨-୬, ୬-୪, ୭-୧୦ରେ ଶେଷ କରିଥିଲେ। ୧୮ ବର୍ଷରୁ କମ୍‌ର ଏକକ ଫାଇନାଲ୍‌ରେ ମହାରାଷ୍ଟ୍ରର ଶିବାନୀ ଗୁଡ଼ିୟା ୬-୪, ୬-୩ରେ କ୍ରିଷ୍ଣାଙ୍କୁ ମଧ୍ୟ ହରାଇ ଦେଇଥିଲେ। ଉଭୟଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଫାରହାନ୍‌ ଟେନିସ୍‌ ଏକଡେମି ମୁଖ୍ୟ ଫାରହାନ୍‌ ଅଲୀ ଏବଂ କିଟ୍‌-କିସ୍‌ ପକ୍ଷରୁ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର