ଗ୍ରୁପ୍‌ ବିଜେତା ହେବାପରେ ଆତ୍ମବିଶ୍ବାସ ବଢିଛି: ଅର୍ଚ୍ଚନା

କଟକ: ଗ୍ରୁପ୍‌ ବିଜେତା ହେବା ପରେ ଆମର ଆତ୍ମବିଶ୍ବାସ ବଢିଛି। ତଥାପି ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍‌ଗୁଡିକ ଗୁରୁତ୍ବପୂର୍ଣ୍ଣ ରହିବ। ପ୍ରତ୍ୟେକ ମ୍ୟାଚ୍‌ ଜିତିବା ଉପରେ ଧ୍ୟାନ ଦେବାକୁ ପଡିବ ବୋଲି କହିଛନ୍ତି ଭାରତୀୟ ମହିଳା ଦଳର କନିଷ୍ଠ ସଦସ୍ୟା ଅର୍ଚ୍ଚନା କାମାଥ। ଅହିକା ମୁଖାର୍ଜୀ ଗୋଟିଏ ଗେମ୍‌ ପଏଣ୍ଟରେ ପରାଜିତ ହେବା ଉପରେ ସେ କହିଥିଲେ ଯେ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ପ୍ରଥମ ମ୍ୟାଚ୍‌ ସବୁବେଳେ କଷ୍ଟ ହୋଇଥାଏ। ତଥାପି ଶ୍ରୀଲଙ୍କା ବହୁତ ଭଲ ଖେଳିଥିଲା। ଆମେ ଆମ ରଣନୀତି ଅନୁଯାୟୀ ଖେଳିଥିବାରୁ ମ୍ୟାଚ୍‌ ଜିତିଥିବା ସେ କହିଛନ୍ତି। ଏଠାରେ ଆରମ୍ଭରୁ ଭାରତକୁ ସମର୍ଥନ ମିଳୁଥିବାରୁ ଆମକୁ ଉତ୍ସାହିତ କରୁଛି। ଏଥିସହିତ ଅଭିଭାବକମାନେ ଗ୍ୟାଲେରୀରେ ବସି ଆମକୁ ଉତ୍ସାହ ଯୋଗାଉଥିବାରୁ ଖେଳିବା ବେଳେ ଅଧିକ ଫୂର୍ତ୍ତି ଆସୁଥିବା ସେ କହିଛନ୍ତି। ତେବେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ ଦେଇ ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରିହବ ବୋଲି ଅର୍ଚ୍ଚନା କହିଛନ୍ତି।

ସମ୍ବନ୍ଧିତ ଖବର