ଲଣ୍ଡନ: ଦ୍ବିତୀୟ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟ୍ ପୂର୍ବରୁ ଇଂଲଣ୍ଡ ଦଳରେ ଯୋଗ ଦେଇଛନ୍ତି ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର। ଆଇସିସିର ଜୈବ ସୁରକ୍ଷିତ ନିୟମକୁ ଉଲ୍ଲଂଘନ କରିବା ପରେ ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍ରୁ ଇଂଲଣ୍ଡ ତାଙ୍କୁ ଦଳରୁ ବାଦ୍ ଦେଇଥିଲା। ସାଉଥମ୍ପଟନଠାରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍କୁ ୱେଷ୍ଟଇଣ୍ଡିଜ୍ ଜିତିବା ପରେ ଆର୍ଚର ବିନା ଅନୁମତିରେ ହୋଭ୍ଠାରେ ଥିବା ନିଜ ପୈତୃକ ଘରକୁ ଚାଲି ଯାଇଥିଲେ। ଏହି ଗସ୍ତ ବେଳେ ସେ ଜଣେ ଅନାମଧେୟ ବ୍ୟକ୍ତିଙ୍କ ସଂପର୍କରେ ଆସିଥିଲେ। ସେଥିପାଇଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଦୁଇ ଥର ଯାକ ରିପୋର୍ଟ ନେଗେଟିଭ୍ ଆସିଥିଲା। ତଥାପି ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍ ପୂର୍ବରୁ ତାଙ୍କୁ ପାଞ୍ଚ ଦିନ ପାଇଁ ହୋଟେଲ ରୁମ୍ରେ ସଙ୍ଗରୋଧରେ ରହିବାକୁ ପଡ଼ିବ। ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ତୃତୀୟ ଟେଷ୍ଟ୍ ଶୁକ୍ରବାରଠାରୁ ଆରମ୍ଭ ହେବ। ସଂପ୍ରତି ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି।
ଇଂଲଣ୍ଡ ଦଳକୁ ଫେରିଲେ ଆର୍ଚର
/sambad/media/post_attachments/wp-content/uploads/2020/06/archer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)