ବିଶ୍ବର ଏକ ନମ୍ବର ମହିଳା ତୀରନ୍ଦାଜ ଦୀପିକା କୁମାରୀ ଅଲିମ୍ପିକ୍ ପଦକ ଆଶା ଉଜ୍ଜୀବିତ ରହିଛି। ବୁଧବାର ବ୍ୟକ୍ତିଗତ ବର୍ଗର ଦ୍ବିତୀୟ ରାଉଣ୍ଡରେ ଦୀପିକା ୬-୪ରେ ଆମେରିକା କିଶୋରୀ ଜେନିଫର ମୁସିନୋ-ଫର୍ଣ୍ଣାନାନ୍ଦେଜଙ୍କୁ ହରାଇ ପ୍ରିକ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିଲେ। ଏହା ପୂର୍ବରୁ ସେ ଭୂଟାନର କର୍ମାଙ୍କୁ ୬-୦ରେ ହରାଇ ଦ୍ବିତୀୟ ରାଉଣ୍ଡ ସ୍ଥାନ ପକ୍କା କରିଥିଲେ। େତବେ ବୁଧବାର ଦିନ ତାଙ୍କ ଦଳୀୟ ସାଥୀ ତରୁଣଦୀପ ରୟ ଏବଂ ପ୍ରବୀଣ ଯାଦବଙ୍କ ଟୋକିଓ ଅଭିଯାନ ଶେଷ ହୋଇଛି। ଏହି ଦୁଇ ଭାରତୀୟ ତୀରନ୍ଦାଜ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଥିଲେ। ହେଲେ ଦ୍ବିତୀୟ ରାଉଣ୍ଡରେ ଅଟକି ଯାଇଥିଲେ। ପ୍ରଥମ ରାଉଣ୍ଡରେ ତରୁଣଦୀପ ୬-୪ରେ ୟୁକ୍ରେନର ଓଲେକ୍ସି ହୁନ୍ବିନ୍ଙ୍କୁ ହରାଇଥିଲା ବେଳେ ଦ୍ବିତୀୟ ରାଉଣ୍ଡରେ କଡ଼ା ସଂଘର୍ଷ କରିବା ସତ୍ତ୍ବେ ୫-୬ରେ ଇସ୍ରାଏଲର ଇଟାଇ ସାନିଙ୍କଠୁ ପରାସ୍ତ ହୋଇଥିଲେ। ସେହିଭଳି ପ୍ରଥମ ରାଉଣ୍ଡରେ ପ୍ରବୀଣ ୬-୦ରେ ବିଶ୍ବର ଦୁଇ ନମ୍ବର ରୁଷୀୟ ଅଲିମ୍ପିକ୍ ସମିତି (ଆର୍ଓସି)ର ଗାଲସାନ୍ ବାଜାରଝାପୋଭଙ୍କୁ ହରାଇ ସୁନ୍ଦର ଆରମ୍ଭ କରିଥିଲେ। ହେଲେ ଦ୍ବିତୀୟ ରାଉଣ୍ଡରେ ୨୫ ବର୍ଷୀୟ ପ୍ରବୀଣ ୦-୬ରେ ବିଶ୍ବ ବିଜେତା ଆମେରିକାର ବ୍ରାଡି ଏଲିସନଙ୍କଠୁ ପରାଜିତ ହୋଇ ବିଦାୟ ନେଇଥିଲେ।
ତୀରନ୍ଦାଜି: ଆଗେଇଲେ ଦୀପିକା; ଅଟକିଲେ ତରୁଣଦୀପ, ପ୍ରବୀଣ
/sambad/media/post_attachments/wp-content/uploads/2021/07/f324h3fs4h54sf5h456fs456fshfshfshfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)