ନୂଆଦିଲ୍ଲୀ: ଚୀନ୍‌ର ସାଂଘାଇଠାରେ ଚାଲିଥିବା ତୀରନ୍ଦାଜି ବିଶ୍ବକପ୍‌ ଦ୍ବିତୀୟ ଚରଣରେ ଭାରତୀୟ ମିଶ୍ରିତ କମ୍ପାଉଣ୍ଡ ଦଳ ଫାଇନାଲ୍‌ରେ ପହଞ୍ଚି ପ୍ରଥମ ପଦକ ନିଶ୍ଚିତ କରିଛି। ଗତମାସରେ ଅନ୍ତଲ୍ୟାରେ ଆୟୋଜିତ ବିଶ୍ବକପ୍‌ର ପ୍ରଥମ ଚରଣରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଜାସ ଦିଓତାଲେ ଓ ଜ୍ୟୋତି ସୁରେଖା ଭେନ୍ନମ ଯୋଡ଼ି ସାଂଘାଇରେ ବି ଚମକ ଦେଖାଇଛନ୍ତି।

Advertisment

ଏହି ନୂଆ ଯୋଡ଼ି ସାଂଘାଇ ଚରଣରେ ଇଟାଲି ଯୋଡ଼ିକୁ ୧୫୭-୧୫୭ (୧୯*-୧୯)ରେ ପରାସ୍ତ କରି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିବା ପରେ ଲଗାତାର ଦ୍ବିତୀୟ ବିଶ୍ବକପ୍‌ ସ୍ବର୍ଣ୍ଣ ଜିତିବାର ନିକଟତର ହୋଇଛନ୍ତି। ଏହି ଷଷ୍ଠ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ଶନିବାର ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ କୋରିଆକୁ ଭେଟିବେ। ଫାଇନାଲ୍‌ରେ ପହଞ୍ଚିବା ପୂର୍ବରୁ ଓଜାସ-ଜ୍ୟୋତି ଯୋଡ଼ି ପ୍ରିକ୍ବାର୍ଟର ଫାଇନାଲ୍‌ରେ ୧୫୮-୧୫୧ରେ ବାଂଲାଦେଶକୁ ଏବଂ କ୍ବାର୍ଟର ଫାଇନାଲ୍‌ରେ ତୁର୍କିକୁ ୧୫୭-୧୫୬ରେ ପରାସ୍ତ କରିଥିଲେ।