ସାଙ୍ଘାଇ : ଏଠାରେ ଚାଲିଥିବା ତୀରନ୍ଦାଜି ବିଶ୍ବକପ୍ରେ ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ଓଜାସ ଦେଓତାଲେ ଓ ଜ୍ୟୋତି ସୁରେଖା ଭେନ୍ନାମ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ଗତ ମାସରେ ଅନ୍ତଲ୍ୟାରେ ଆୟୋଜିତ ବିଶ୍ବକପ୍ ଷ୍ଟେଜ୍-୧ରେ ବିଜେତା ହୋଇଥିବା ଏହି ଯୋଡ଼ି ଶନିବାର ସାଙ୍ଘାଇରେ ଷ୍ଟେଜ୍-୨ରେ ମଧ୍ୟ ସ୍ବର୍ଣ୍ଣ ଜିତି ନେଇଛନ୍ତି। ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ୧୫୬-୧୫୫ରେ କୋରିଆର କିମ୍ ଜୋଙ୍ଗହୋ ଓ ଓ ୟୁହ୍ୟୁଁଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ସାଙ୍ଘାଇରେ ଭାରତୀୟ ଯୁବକ ପ୍ରଥମେଶ ଜାୱକର ଜୀବନର ପ୍ରଥମ ବିଶ୍ବକପ୍ ସ୍ବର୍ଣ୍ଣ ଜିତିବାର ଗୌରବ ପାଇଛନ୍ତି। ଏହି ଉଦୀୟମାନ ଭାରତୀୟ ତାରକା ପୁରୁଷ ବ୍ୟକ୍ତିଗତ କମ୍ପାଉଣ୍ଡ ବର୍ଗ ଫାଇନାଲ୍ରେ ବିଶ୍ବର ଏକ ନମ୍ବର ନେଦାଲାଣ୍ଡ୍ସ ତୀରନ୍ଦାଜ ମାଇକ୍ ସ୍କଲୋସରଙ୍କୁ ୧୪୯-୧୪୮ରେ ମାତ୍ ଦେଇ ଏହି ପଦକ କରାୟତ୍ତ କରିଥିଲେ।
ତୀରନ୍ଦାଜି ବିଶ୍ବକପ୍: ଓଜାସ୍-ଜ୍ୟୋତିଙ୍କ ଲଗାତାର ସ୍ବର୍ଣ୍ଣ
ଏକ ନମ୍ବରକୁ ହରାଇ ପ୍ରଥମେଶ ବିଶ୍ବ ବିଜେତା
/sambad/media/post_attachments/wp-content/uploads/2023/05/1111-9.jpg)