ଇଂଲଣ୍ଡ ବିଶ୍ବକପ୍‌ ଦଳରେ ଆର୍ଚରଙ୍କୁ ସ୍ଥାନ ମିଳିଲାନି

ଲଣ୍ଡନ୍‌: ବିଶ୍ବକପ୍‌ ଲାଗି ଆୟୋଜକ ଇଂଲଣ୍ଡ ବୁଧବାର ତା’ର ପ୍ରାଥମିକ ଦଳ ଘୋଷଣା କରିଛି। ଏହି ୧୫ ଜଣିଆ ଦଳରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ କିନ୍ତୁ ସ୍ଥାନ ମିଳିନି। ହେଲେ ତାଙ୍କୁ ଆସନ୍ତା ମାସରେ ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଦିନିକିଆ ଏବଂ ପାକିସ୍ତାନ ବିପକ୍ଷ ଗୋଟିଏ ଟ୍ବେଣ୍ଟି-୨୦ ସହ ୫ ଦିନିକିଆ ଲାଗି ଦଳରେ ସାମିଲ କରାଯାଇଛି। ଆୟର୍ଲାଣ୍ଡ ବିପକ୍ଷ ଦିନିକିଆ ଓ ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ପାଇଁ ଗୋଟିଏ ଦଳ (୧୪ ଜଣିଆ) ଘୋଷିତ ହୋଇଥିଲା ବେଳେ ବିଶ୍ବକପ୍‌ (୧୫ ଜଣିଆ) ଏବଂ ପାକିସ୍ତାନ ବିପକ୍ଷ ୫ ଟିକିଆ ଘରୋଇ ଦିନିକିଆ ଶୃଙ୍ଖଳା ଲାଗି (୧୭ ଜଣିଆ) ଅଲଗା ଅଲଗ‌ା ଦଳ ବଛାଯାଇଛି। ଆୟର୍ଲାଣ୍ଡ ବିପକ୍ଷ ଦିନିକିଆ ଓ ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଲାଗି ସଂପ୍ରତି ଭାରତରେ ଆଇପିଏଲ୍ ଖେଳୁଥିବା ମୋଇନ୍‌ ଅଲ୍ଲୀ, ଜନି ବେୟାରଷ୍ଟୋ, ‌ଜୋସ୍‌ ବଟ୍ଟଲର ଏବଂ ବେନ୍‌ ଷ୍ଟୋକ୍ସଙ୍କୁ ବିଶ୍ରାମ ଦିଆଯାଇଛି। ଏମାନଙ୍କୁ କିନ୍ତୁ ପାକିସ୍ତାନ ବିପକ୍ଷ ଶୃଙ୍ଖଳା ଏବଂ ବିଶ୍ବକପ୍‌ ଦଳରେ ସାମିଲ କରାଯାଇଛି। ମେ’ ୩ ତାରିଖରେ ଇଂଲଣ୍ଡ ଡବଲିନ୍‌ରେ ଆୟର୍ଲାଣ୍ଡ ସହ ଏକମାତ୍ର ଦିନିକିଆ ଖେଳିବାର ୨ ଦିନ ପରେ ପାକିସ୍ତାନ ବିପକ୍ଷରେ ଟ୍ବେଣ୍ଟି-୨୦ ଖେଳିବ। ଏହାପରେ ୮ ତାରିଖରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହୋଇ ୧୯ରେ ଶେଷ ହେବ। ଏଥିରୁ ଇଂଲଣ୍ଡ ତା’ର ଚୂଡ଼ାନ୍ତ ବିଶ୍ବକପ୍‌ ଦଳ ବାଛିବ।

ବିଶ୍ବକପ୍‌ ଦଳ: ଇଅନ୍‌ ମୋର୍ଗାନ (ଅଧିନାୟକ), ମୋଇନ ଅଲ୍ଲୀ, ଜନି ବେୟାରଷ୍ଟୋ, ଜୋସ୍‌ ବଟ୍ଟଲର, ଟମ କରନ, ଜୋଏ ଡେନ୍‌ଲି, ଆଲେକ୍ସ ହେଲ୍ସ, ଲିଆମ୍‌ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ, ଜାସନ ରୟ, ବେନ୍‌ ଷ୍ଟୋକ୍ସ, ଡେଭିଡ ୱିଲି, କ୍ରିସ ୱକ୍ସ, ମାର୍କ ଉଡ।

ପାକିସ୍ତାନ ବିପକ୍ଷ ଦିନିକିଆ ଦଳ: ଇଅନ୍‌ ମୋର୍ଗାନ (ଅଧିନାୟକ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ଜୋସ୍‌ ବଟ୍ଟଲର, ଟମ୍‌ କରାନ, ଜୋଏ ଡେନ୍‌ଲି, କ୍ରିସ୍‌ ଜୋର୍ଡାନ୍‌, ଆଲେକ୍ସ ହେଲ୍ସ, ଲିଆମ୍‌ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ, ଜାସନ ରୟ, ବେନ୍‌ ଷ୍ଟୋକ୍ସ, ଡେଭିଡ ୱିଲି, କ୍ରିସ ୱକ୍ସ, ମାର୍କ ଉଡ।

ଆୟର୍ଲାଣ୍ଡ ବିପକ୍ଷ ଦିନିକିଆ/ ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦: ଇଅନ୍‌ ମୋର୍ଗାନ (ଅଧିନାୟକ), ଜୋଫ୍ରା ଆର୍ଚର, ସାମ ବିଲିଙ୍ଗସ, ଟମ କରାନ, ଜୋଏ ଡେନ୍‌ଲି, କ୍ରିସ୍‌ ଜୋର୍ଡାନ୍‌, ଆଲେକ୍ସ ହେଲ୍ସ, ଲିଅମ୍‌ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ, ଜାସନ ରୟ, ଜେମ୍ସ ଭି‌ନ୍ସେ, ଡେଭିଡ ୱିଲି, ମାର୍କ ଉଡ।

ସମ୍ବନ୍ଧିତ ଖବର