ଅଷ୍ଟ୍ରେଲିଆ କ୍ରିକେଟରଙ୍କୁ ଏଭଳି ଖାଇବା ଦେଉଛି ପାକ୍, ଫଟୋ ଭାଇରାଲ ପରେ ହେଲା ଟ୍ରୋଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ୨୪ ବର୍ଷ ପରେ ପାକିସ୍ତାନ ଗସ୍ତ କରିଛି। ଉଭୟ ଦେଶର ସରକାର ଏବଂ ଖେଳାଳି ସଂଘ ସହ ଆଲୋଚନା କରିବା ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଚଳିତ ବର୍ଷ ମାର୍ଚ ୪ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାକିସ୍ତାନ ସହ ୩ ଲେଖାଏଁ ଟେ‌ଷ୍ଟ୍‌ ଓ ଦିନିକିଆ ସାଙ୍ଗକୁ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିବ ବୋଲି ଘୋଷଣା କରିଥିଲା। ଏବେ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ମିଳୁଥିବା ଖାଦ୍ୟକୁ ନେଇ ପ୍ରଶ୍ନ ଉଠିଛି।

ଅଷ୍ଟ୍ରେଲିଆର ଖେଳାଳି ମାର୍ନୁସ୍ ଲାବୁସାଗ୍ନେ କରିଥିବା ଏକ ଟ୍ବିଟ ପରେ ଲୋକେ ତାଙ୍କୁ ଜେଲରେ ଅଛ କି ବୋଲି ପ୍ରଶ୍ନ କରିଛନ୍ତି। ମାର୍ନୁସ୍ ଲାବୁସାଗ୍ନେ ରୁଟି ଆଉ ଡାଲି ଥିବା ଏକ ଫଟୋ ଟ୍ବିଟ କରି ସ୍ବାଦିଷ୍ଟ ବୋଲି ଲେଖିଛନ୍ତି। ଫଟୋ ଟ୍ବିଟ ହେବା ମାତ୍ରେ ଏହାକୁ ଦେଖି ଲୋକେ ତାଙ୍କୁ ଜେଲରେ ଅଛ କି ବୋଲି ପ୍ରଶ୍ନ କରିଛନ୍ତି। ଆଉ କିଛି ଲୋକେ ସୋରିଷ ପାଣିକୁ ଡାଲି କହି ‌ପକାିସ୍ତାନ ଖାଇବାକୁ ଦେଇଥିବା ଲେଖିବା ସହ କିଛି ଏହାକୁ ହଷ୍ଟେଲର ଡାଲି ଓ ରୁଟି ସହ ତୁଳନା କରିଛନ୍ତି। ମାର୍ନୁସଙ୍କ ପୋଷ୍ଟ ପ‌ରେ ପୁଣି ଥରେ ପାକିସ୍ତାନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

କିଛି ଦିନ ତଳେ ଅଷ୍ଟ୍ରେଲିଆର ଜଣେ ଖେଳାଳିଙ୍କୁ ହତ୍ୟା ଧମକ ମିଳିବା ପରେ ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳିବ ନାଁ ନାହିଁ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏବେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ପାକିସ୍ତାନରେ ପହଞ୍ଚି ସାରିବା ପରେ ଖେଳାଳି ଆଷ୍ଟନ୍ ଆଗରଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଥିଲା। ସିଡନୀ ମର୍ନିଂ ହେରାଲ୍ଡର ରିପୋର୍ଟ ଅନୁଯାୟୀ, ଆଷ୍ଟନ୍ ଆଗରଙ୍କ ବାନ୍ଧବୀ ମ୍ୟାଡେଲିନଙ୍କ ପାଖକୁ ଆସିଥିବା ଏକ ମେସଜରେ ଲେଖାଯାଇଥିଲା ଯେ ଆଷ୍ଟନ୍ ପାକିସ୍ତାନକୁ ଆସିବା ଉଚିତ ନୁହେଁ, ଯଦି ସେ ପାକିସ୍ଥାନକୁ ଆସନ୍ତି ତେବେ ସେ ଜୀବିତ ଫେରିବେ ନାହିଁ।

ସମ୍ବନ୍ଧିତ ଖବର