୧୯୭୮: ଆର୍ଜେଣ୍ଟିନା ପ୍ରଥମ ଥର ବିଜେତା

୧୯୭୮ ମସିହାର ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଆୟୋଜକ ଥିଲା ଏବଂ ବିଜେତା ବି ହୋଇଥିଲା। ୧୬ ଦଳୀୟ ଏହି ପ୍ରତିଯୋଗିତା ଜୁନ୍‌ ପହିଲାରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିଲା। ୫ ସହରର ୬ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ସବୁ ଆୟୋଜିତ ହୋଇଥିଲା। ବୁଏନସ୍‌ ଏୟର୍ସର ରିଭର ପ୍ଲେଟ୍‌ ଇଷ୍ଟାଡିଓ ମନୁମେଣ୍ଟାଲ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ଆର୍ଜେଣ୍ଟିନା ୩-୧ ଗୋଲ୍‌ରେ ନେଦରଲାଣ୍ଡ୍‌କୁ ପରାସ୍ତ କରିଥିଲା। ପ୍ରଥମ ଥର ଆର୍ଜେଣ୍ଟିନା ବିଶ୍ୱମୁକୁଟ ପରିଧାନ କରିଥିଲା। ଉରୁଗୁଏ, ଇଟାଲି, ଇଂଲଣ୍ଡ ଏବଂ ପଶ୍ଚିମ ଜର୍ମାନି ପରେ ପଞ୍ଚମ ଦେଶ ଭାବେ ଆର୍ଜେଣ୍ଟିନା ଆୟୋଜକ ଭାବେ ବିଶ୍ୱ ବିଜେତା ହୋଇଥିଲା। ନେଦରଲାଣ୍ଡ୍‌କୁ ରୌପ୍ୟ ଏବଂ ବ୍ରାଜିଲ୍‌କୁ କାଂସ୍ୟ ପଦକ ମିଳିଥିଲା। ତୃତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ବ୍ରାଜିଲ୍‌ ଇଟାଲିକୁ ହରାଇ ଦେଇଥିଲା। ଇରାନ୍‌ ଓ ଟ୍ୟୁନିସିଆ ପ୍ରଥମ ପଦାର୍ପଣ କରିଥିଲେ। ୧୬ ଦଳୀୟ ପ୍ରତିଯୋଗିତା ବିଶ୍ୱକପ୍‌ର ଏହା ଥିଲା ଶେଷ ସଂସ୍କରଣ। ୧୯୮୨ ସ୍ପେନ୍‌ ସଂସ୍କରଣରୁ ଏହାକୁ ୨୪ ଦଳକୁ ବଢ଼ାଇ ଦିଆଯାଇଥିଲା। ମୋଟ ୩୮ ମ୍ୟାଚ୍‌ରୁ ୧୦୨ ଗୋଲ୍‌ ସ୍କୋର୍‌ ହୋଇଥିଲା। ମାରିଓ କେମ୍ପ୍‌ସ ସର୍ବାଧିକ ୫ ଗୋଲ୍‌ ଦେଇ ସ୍ୱର୍ଣ୍ଣ ଜୋତାର ଅଧିକାରୀ ହୋଇଥିଲେ। ଲଗାତାର ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ଏବଂ ବେଲିଜିୟମ୍‌ ଯୋଗ୍ୟତା ଅର୍ଜନ କରିନପାରିବା ଉଲ୍ଲେଖନୀୟ ଥିଲା। ଅଂଶଗ୍ରହଣକାରୀ ୧୬ ଦେଶ ୬ଟି ମହାଦେଶରୁ ଆସିଥିଲେ। କିନ୍ତୁ ଏସିଆରୁ ଏକମାତ୍ର ଦେଶ ଭାବେ ଇରାନ୍‌ ଅଂଶଗ୍ରହଣ କରିଥିଲା।

ସମ୍ବନ୍ଧିତ ଖବର