ଆର୍ଜେଣ୍ଟିନା ଫୁଟ୍‌ବଲର୍‌ଙ୍କ ଶବ ମିଳିଲା

ଲଣ୍ଡନ୍‌: ଆକାଶମାର୍ଗରୁ ନିଖୋଜ ହୋଇଥିବା ଏକ ବିମାନର ଭଗ୍ନାଂଶରୁ ଆର୍ଜେଣ୍ଟିନାର ଯୁବ ଫୁଟ୍‌ବଲର୍‌ ଏମିଲିଆନୋ ସଲାଙ୍କ ଶବ ଉଦ୍ଧାର କରାଯାଇଛି। ୨ ସପ୍ତାହ ତଳେ ନିଖୋଜ ଏହି ବିମାନକୁ ଏକ ସାମୁଦ୍ରିକ ପ୍ରଣାଳୀର ଭୂତଳ ଜଳଗର୍ଭରୁ ସଂଗ୍ରହ କରାଯାଇଛି। ବ୍ରିଟିସ ତଦନ୍ତକାରୀ ସଂସ୍ଥା ଏଏଆଇବି (ଏୟାର ଆକ୍ସିଡେଣ୍ଟ୍‌ ଇନଭେଷ୍ଟିଗେସନ୍‌ ବ୍ରାଞ୍ଚ୍‌) ଏହି ସୂଚନା ଦେଇଛି। ୨୮ ବର୍ଷୀୟ ସଲାଙ୍କ ସହିତ ପାଇଲଟ୍‌ ମଧ୍ୟ ବିମାନରେ ଥିଲେ। ଫ୍ରାନ୍ସରୁ ସଲା ନିଜ ନୂଆ ପ୍ରିମିୟର୍ ଲିଗ୍ ଦଳରେ ଯୋଗଦେବା ଲାଗି କାର୍ଡିଫ୍‌ ଯାଉଥିବାବେଳେ ଜାନୁଆରି ୨୧ ତାରିଖରୁ ବିମାନଟି ନିଖୋଜ ହୋଇଯାଇଥିଲା। ଏଏଆଇବି ଏବେ ପରବର୍ତୀ ପଦକ୍ଷେପ ଭାବେ ସେମାନଙ୍କ ପରିବାରକୁ‌ ଯୋଗାଯୋଗ କରିବ‌ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର