ବୁଏନସ ଏୟାର୍ସ: ଫିଫା ବିଶ୍ବକପ୍‌ ବି‌ଜେତା ଆର୍ଜେଣ୍ଟିନା ଦଳ କାତାର ଛାଡ଼ି ସ୍ବଦେଶ ଫେରିଛନ୍ତି। ଲିଓନେଲ ମେସିଙ୍କ ବିଶ୍ବ ବିଜେତା ଦଳ ମଙ୍ଗଳବାର ଏଜେଇଜା ବିମାନ ବନ୍ଦରରେ ପହଞ୍ଚିବା ପରେ ଆର୍ଜେଣ୍ଟିନା ରାଜଧାନୀ ବୁଏନସ ଏୟାର୍ସ ଅଭିମୁଖେ ଯାତ୍ରା କରିଥିଲେ। ବୁଏନସ ଏୟାର୍ସରେ ପହଞ୍ଚିବା ମାତ୍ରେ ଫୁଟ୍‌ବଲ୍‌ ‌ହିରୋଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା।

Advertisment

ବିଶ୍ବକପ୍‌ ସହ ଖେଳାଳିମାନେ ବେକରେ ବିଜେତା ପଦକ ପାକଇ ଏକ ଖୋଲା ବସ୍‌ରେ ଯାଉଥିଲା ବେଳେ ରାସ୍ତା କଡ଼ରେ ଉପସ୍ଥିତ ହଜାର ହଜାର ପ୍ରଶଂସକ ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଗତ ରବିବାର ଫାଇନାଲ୍‌ରେ ନାଟକୀୟ ଭାବେ ଆର୍ଜେଣ୍ଟିନା ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଫ୍ରାନ୍ସକୁ ହରାଇ ୩୬ ବର୍ଷ ପରେ ପ୍ରଥମ ଥର ବିଶ୍ବକପ୍‌ କରାୟତ୍ତ କରିଥିଲେ। ୧୯୮୬ରେ ଡିଏଗୋ ମାରାଡୋନାଙ୍କ ନେତୃତ୍ବରେ ଆର୍ଜେଣ୍ଟିନା ଶେଷ ଥର ଲାଗି ଟ୍ରଫି ଜିତିଥିଲା।