ଅଲ୍‌ଟିମେଟ ଖୋଖୋ ଲିଗ୍‌ରେ ଖେଳିବେ ଅର୍ଜୁନ, ଅଜୟ

ଭୁବନେଶ୍ବର: ଅଗଷ୍ଟ ୧୪ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ଲାଗି ଆୟୋ‌ଜିତ ହେବାକୁ ଯାଉଥିବା ଫ୍ରାଞ୍ଚାଇଜ୍‌ ଭିତ୍ତିକ ଅଲ୍‌ଟିମେଟ୍‌ ଖୋଖୋ ଲିଗ୍‌ରେ କିଟ୍‌ ଓ କିସ୍‌ର ଅର୍ଜୁନ ‌ସିଂହ ଓ ଅଜୟ କୁମାର ମାଣ୍ଡ୍ରା ଖେଳିବେ। ଅର୍ଜୁନଙ୍କୁ ଓଡ଼ିଶା ଜୁଗାରନଟ୍ସ ୧ ଲକ୍ଷ ୧୫ ହଜାର ଟଙ୍କା ଏବଂ ଅଜୟଙ୍କୁ ଗୁଜରାଟ ଜିଆଣ୍ଟସ୍‌ ଦେଢ଼ ଲକ୍ଷ ଟଙ୍କାରେ କିଣିଛି। ଏଥିରେ ଖେଳିବା ଲାଗି ୨୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨୪୦ ଖେଳାଳି ପଞ୍ଜୀକରଣ କରିଛନ୍ତି। ଖେଳାଳିଙ୍କ ପ୍ରଦର୍ଶନକୁ ଆଧାର କରି ଉଭୟ ଅର୍ଜୁନ ଓ ଅଜୟ ‘ସି’ ବର୍ଗରେ ରହିଛନ୍ତି। ଅର୍ଜୁନ ଓ ଅଜୟଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଓଡ଼ିଶା ଖୋଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି।

ସମ୍ବନ୍ଧିତ ଖବର