ଲଣ୍ଡନ: ଚଳିତ ବିଶ୍ବକପ୍ର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡକୁ ସାହାଯ୍ୟ କରିଛନ୍ତି କିମ୍ବଦନ୍ତୀ ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ସୋମବାର ଇଂଲଣ୍ଡର ନେଟ୍ସ ବେଳେ ଅର୍ଜୁନଙ୍କୁ ଦେଖିବାକୁ ମିଳିଥିଲା। ସେ କମଳା ଟି-ସାର୍ଟ ପିନ୍ଧି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ଙ୍କୁ ବୋଲିଂ କରିଥିଲେ। ଏହି ସମୟରେ ଇଂଲଣ୍ଡ ବୋଲିଂ ପ୍ରଶିକ୍ଷକ ସାକଲିନ ମୁସ୍ତାକ ଉପସ୍ଥିତ ଥିଲେ। ସେ ଲଡ୍ସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ଙ୍କୁ ବୋଲିଂ କରିଥିଲେ। ତେବେ ଇଂଲଣ୍ଡ ନେଟ୍ସରେ ଅର୍ଜୁନଙ୍କ ଏହା ପ୍ରଥମ ବୋଲିଂ ନଥିଲା। ୨୦୧୫ରେ ୧୫ ବର୍ଷ ବୟସରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଆସେସ ଟେଷ୍ଟ୍ ପୂର୍ବରୁ ଇଂଲଣ୍ଡ ନେଟ୍ରେ ବୋଲିଂ କରିଥିଲେ। ଗତ ସପ୍ତାହରେ ଏମ୍ସିସି ୟଙ୍ଗ୍ କ୍ରିକେଟର୍ସ ପକ୍ଷରୁ ଖେଳୁଥିବା ୧୯ ବର୍ଷୀୟ ଅର୍ଜୁନ ସରେ ସେକେଣ୍ଡ ଇଲେଭେନ୍ ବିପକ୍ଷରେ ପ୍ରଭାବୀ ବୋଲିଂ କରିଥିଲେ।
ଇଂଲଣ୍ଡକୁ ସାହାଯ୍ୟ କଲେ ଅର୍ଜୁନ
/sambad/media/post_attachments/wp-content/uploads/2019/06/Untitled-7-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)