ମୁମ୍ବାଇ: ବିସିସିଆଇ ଦିନିକିଆ ଲିଗ୍ ଲାଗି ୨୩ ବର୍ଷରୁ କମ୍ ମୁମ୍ବାଇ ଦଳରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ସ୍ଥାନ ମିଳିଛି। ଏହି ପ୍ରତିଯୋଗିତା ଚଳିତ ମାସ ୧୪ ତାରିଖରୁ ଜୟପୁରରେ ଆରମ୍ଭ ହେବ। ଅର୍ଜୁନ ବିଭିନ୍ନ ଘରୋଇ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେ ଡିୱାଇ ଟ୍ବେଣ୍ଟି-୨୦ କପ୍ ଏବଂ ଆର୍ଏଫ୍ଏସ୍ ତାଲିଆନ୍ ଖାନ୍ ସ୍ମାରକୀ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ସେହିପରି ୧୯ ବର୍ଷରୁ କମ୍ କେସି ମହିନ୍ଦ୍ରା ସିଲ୍ଡରେ ସେ ୭୦ ରନ୍ରେ ୪ ୱିକେଟ୍ ଅକ୍ତିଆର କରିଥିଲେ। ଗତ ବର୍ଷ ଇଂଲଣ୍ଡ ଗସ୍ତରେ ନେଟ୍ସ ବେଳେ ଅର୍ଜୁନ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ବୋଲିଂ କରିବାର ଅଭିଜ୍ଞତା ହାସଲ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମୁମ୍ବାଇ ଦଳ: ଜୟ ବିସ୍ତ (ଅଧିନାୟକ), ହାର୍ଦିକ ତାମୋରେ, ସୁଭେଦ ପାର୍କର, ଚିନ୍ମୟ ସୁତାର, ସିଦ୍ଧାର୍ଥ ଆକ୍ରେ, କର୍ଶ କୋଥାରି, ତନୁଶ କୋତିଆନ୍, ଆକ୍ୟୁବ କୁରେଶି, ଅଞ୍ଜଦୀପ ଲାଡ, କୃତିକ ହାନାଗାଭାଦି, ଆକାଶ ଆନନ୍ଦ, ଅମନ ଖାନ୍, ଅଥର୍ବ ଆଙ୍କୋଲେକର, ଅର୍ଜୁନ ତେନ୍ଦୁଲକର, ସାଇରାଜ ପାଟିଲ।