ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଅଷ୍ଟ୍ରେଲୀୟ ପଦାର୍ପଣରେ ନିଜ ଯାଦୁ ଦେଖାଇଛନ୍ତି। ସିଡନି କ୍ରିକେଟ୍ ପଡ଼ିଆ ବା ଏସ୍ସିଜି ପକ୍ଷରୁ ଆୟୋଜିତ ଗ୍ଲୋବାଲ କ୍ରିକେଟ୍ ଚ୍ୟାଲେଞ୍ଜର ଟେ୍ଵଣ୍ଟି-୨୦ ପ୍ରତିଯୋଗିତାର ଗୁରୁବାର ମ୍ୟାଚ୍ରେ ୧୮ ବର୍ଷୀୟ ଅର୍ଜୁନଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନରେ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ବିଜୟୀ ହୋଇଥିଲା। ବ୍ରାଡ୍ମ୍ୟାନ୍ ଓଭାଲ୍ରେ ଖେଳାଯାଇଥିବା ହଂକଂ କ୍ରିକେଟ୍ କ୍ଲବ୍ ବିପକ୍ଷ ଏହି ମ୍ୟାଚ୍ରେ ଅର୍ଜୁନ ୨୭ ବଲ୍ରେ ୪୮ ରନ୍ କରିବା ସହ ୪ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ବ୍ୟାଟିଂରେ ବହୁ କୀର୍ତିମାନର ଅଧିକାରୀ ସଚିନଙ୍କ ଏକମାତ୍ର ପୁଅ ଅର୍ଜୁନ ଜଣେ ବାମହାତୀ ଦ୍ରୁତ ବୋଲର ଏବଂ ବ୍ୟାଟ୍ସମ୍ୟାନ୍। ଅର୍ଜୁନ ପୂର୍ବରୁ ମଧ୍ୟ ଘରୋଇ କ୍ରିକେଟ୍ରେ ନିଜର ଯାଦୁ ଦେଖାଇ ସାରିଛନ୍ତି। ଗତ ଜୁଲାଇରେ ନେଟ୍ ଅଭ୍ୟାସ ବେଳେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜନିି ବାଏରଷ୍ଟୋଙ୍କୁ ୟର୍କର ପକାଇ ସେ ନିଜ ଚମକ ଦେଇଥିଲେ। ୟର୍କରରେ ବାଏରଷ୍ଟୋଙ୍କୁ ଏମିତି ଝଟ୍କା ଲାଗିଥିଲା ଯେ ଡାକ୍ତରଖାନା ଯିବାର ସମ୍ଭାବନା ଦେଖାଯାଇଥିଲା। ୬ ଫୁଟିଆ ଅର୍ଜୁନ ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ପରି ଖେଳାଳି ହେବାର ସମ୍ଭାବନା ଦେଖାଇଛନ୍ତି।
ଅଷ୍ଟ୍ରେଲିଆରେ ଅର୍ଜୁନଙ୍କ ଯାଦୁ
/sambad/media/post_attachments/wp-content/uploads/2018/01/1-Arjun-Tendulkar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)