ମୁମ୍ବାଇ ଟ୍ବେଣ୍ଟି-୨୦: ଅର୍ଜୁନ ୫ ଲକ୍ଷରେ ନିଲାମ

ମୁମ୍ବାଇ : ଆଇପିଏଲ୍‌ ଢାଞ୍ଚାରେ ଆୟୋଜିତ ହେଉଥିବା ମୁମ୍ବାଇ ଟ୍ବେଣ୍ଟି-୨୦ ଲିଗ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ଯାହା ତାଙ୍କ ମୂଳ ଦରର ୫ ଗୁଣ। ଅର୍ଜୁନଙ୍କୁ ଆକାଶ ଟାଇଗର୍ସ ମୁମ୍ବାଇ ୱେଷ୍ଟର୍ନ ସବ୍‌ଅର୍ବ ଦଳ କିଣିଛି। ଅର୍ଜୁନଙ୍କୁ ଦଳ ଅଲରାଉଣ୍ଡର ଭାବେ ନେଇଛି। ଏକାଧିକ ଦଳ ତାଙ୍କ ପାଇଁ ନିଲାମ ଡାକିଥିଲେ। ହେଲେ ଶେଷରେ ଆକାଶ ଟାଇଗର୍ସ ବାଜି ମାରି ନେଇଥିଲା। ଅର୍ଜୁନଙ୍କ ପୂର୍ବରୁ ଲିଗ୍‌ର ୬ ଦଳ ସୂର୍ଯ୍ୟ କୁମାର ଯାଦବ, ଅକ୍ଷର ପାର୍କର, ଶିଭମ ଦୁବେ, ପୃଥ୍ବୀ ସ’, ଜୟ ବିସ୍ତ, ତୁଷାର ଦେଶପ‌ାଣ୍ଡେଙ୍କ ଭଳି ଖେଳାଳିଙ୍କୁ ନିଜ ନିଜ ପାଖରେ ରଖିଥିଲେ। ମୁମ୍ବାଇ ଟ୍ବେଣ୍ଟି-୨୦ ଲିଗ୍ ୨୦୧୮ ମସିହାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା। ଚଳିତ ବର୍ଷ ଏହି ଲିଗ୍ ଦ୍ବିତୀୟ ବର୍ଷରେ ପାଦ ଥାପିଛି। ଏହି ଲିଗ୍ ମୁମ୍ବାଇ କ୍ରିକେଟ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ହେଉଛି। ୨୦ ବର୍ଷୀୟ ଅର୍ଜୁନ ଜଣେ ବାମହାତୀ ମଧ୍ୟମଗତି ବୋଲର ଓ ବାମହାତୀ ବ୍ୟାଟ୍ସମ୍ୟାନ୍। ମୁମ୍ବାଇର ବିଭିନ୍ନ ବୟସ ବର୍ଗ ସହ ସହ ଭାରତୀୟ ୧୯ ବର୍ଷରୁ କମ୍ ଦଳରୁ ମଧ୍ୟ ସେ ଖେଳି ସାରିଛନ୍ତି।

ସମ୍ବନ୍ଧିତ ଖବର