ଅର୍ଜୁନ ପୁରସ୍କାର ଗ୍ରହଣ କଲେ ବୋପାନ୍ନା ଓ ମନ୍ଧାନା

ନୂଆଦିଲ୍ଲୀ,: ଟେନିସ୍‌ ତାରକା ରୋହନ ବୋପାନ୍ନା ଏବଂ ମହିଳା କ୍ରିକେଟର୍‌ ସ୍ମୃତି ମନ୍ଧାନା ମଙ୍ଗଳବାର ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଭୟଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଗତବର୍ଷ ସେପ୍ଟେମ୍ବର ୨୫ ତାରିଖରେ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ବେଳେ ଦୁହେଁ ଦେଶ ବାହାରେ ଅନ୍ତର୍ଜାତିକ ପ୍ରତିଯୋଗିତା ଖେଳୁଥିବାରୁ ଉତ୍ସବରେ ଯୋଗ ଦେଇପାରିନଥିଲେ। ୨୦୧୮ ଏସୀୟ କ୍ରୀଡ଼ାରେ ପୁରୁଷ ଯୁଗଳ ସ୍ବର୍ଣ୍ଣ ପଦକ ସଫଳତା ପାଇଁ ବୋପାନ୍ନାଙ୍କୁ ଏବଂ ୨୦୧୮ରେ ଆଇସିସି ମହିଳା କ୍ରିକେଟର୍‌ ଅଫ୍ ଦି ଇୟର ପୁରସ୍କାର ପାଇଁ ମନ୍ଧାନାଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।

ସମ୍ବନ୍ଧିତ ଖବର