ଭାରତୀୟ ଯୁବ ଦଳରେ ଅର୍ଜୁନ ତେନ୍ଦୁଲକର

ନୂଆଦିଲ୍ଲୀ: ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତରେ ଯାଉଥିବା ଭାରତୀୟ ଯୁବ ଦଳ (୧୯ ବର୍ଷରୁ କମ୍‌)ରେ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ସୁଯୋଗ ମିଳିଛି। ଜୁଲାଇ ମାସରେ ଭାରତୀୟ ଯୁବ ଦଳ ଶ୍ରୀଲଙ୍କା ଗସ୍ତ କରି ୨ଟି ୪ ଦିନିଆ ଏବଂ ୫ଟି ଏକବିବସୀୟ ଖେଳିବ। ଅଲରାଉଣ୍ଡର୍‌ ଅର୍ଜୁନଙ୍କୁ ୪ ଦିନିଆ ଦଳରେ ସୁଯେଗ ମିଳିଛି। ଏହି ଦଳର ନେତୃତ୍ୱ ନେବେ ଦିଲ୍ଲୀ ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଅନୂଜ ରାଓ୍ଵତ। ଅନୂଜ ଗତ ଋତୁରେ ଦିଲ୍ଲୀ ପାଇଁ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ଦିନିକିଆ ଦଳର ନେତୃତ୍ୱ ମିଳିଛି ଉତ୍ତରପ୍ରଦେଶର ଅର‍୍ୟନ୍‌ ଜୁୟାଲ୍‌ଙ୍କୁ। ଗତ ବିଜୟ ହଜାରେ ଟ୍ରଫିରେ ଆର‍୍ୟନ୍‌ ପଦାର୍ପଣ କରିଥିଲେ। ୧୮ ବର୍ଷୀୟ ଅର୍ଜୁନ ତେନ୍ଦୁଲକର ଜଣେ ବାମହାତୀ ମଧ୍ୟମଗତି ବୋଲର ଏବଂ ବାମହାତୀ ବ୍ୟାଟସମ୍ୟାନ୍‌। ୬ ଫୁଟରୁ ଊର୍ଧ୍ୱ ଉଚ୍ଚାର ଏହି ଖେଳାଳି ଅଷ୍ଟ୍ରେଲିଆର ମିଚେଲ୍‌ ଷ୍ଟାର୍କ ଏବଂ ଇଂଲଣ୍ଡ ଅଲରାଉଣ୍ଡର୍‌ ବେନ୍‌ ଷ୍ଟୋକ୍‌ସଙ୍କୁ ଆଦର୍ଶ ମାନନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆର ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌ ଗ୍ଲୋବାଲ୍‌ ଚାଲେଞ୍ଜରେ ଅର୍ଜୁନ ଚମତ୍କାର ଖେଳି ଚର୍ଚାକୁ ଆସିଥିଲେ। ହଂକଂ କ୍ରିକେଟ୍‌ କ୍ଲବ୍‌ ବିପକ୍ଷରେ ସେ କ୍ରିକେଟର୍‌ସ କ୍ଲବ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଖେଳି ୨୭ ବଲ୍‌ରୁ ୪୮ ରନ୍‌ କରିବା ସହିତ ୪ ଓଭରରେ ୪ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର