ଅର୍ଜ୍ଜୁନଙ୍କୁ ୫ ଓ୍ଵିକେଟ୍‌

ମୁମ୍ବାଇ: ମୁମ୍ବାଇ ୧୯ ବର୍ଷରୁ କମ୍‌ ଦଳରୁ ଖେଳୁଥିବା କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ ତେନ୍ଦୁଲକର କୁଚ୍‌ ବେହାର ଟ୍ରଫିରେ ୫ ଓ୍ଵିକେଟ୍‌ ସଫଳତା ପାଇଛନ୍ତି। ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଏହି ବାମହାତୀ ସିମର୍‌ ୨୬ ଓଭର ବୋଲିଂ କରି ୯୫ ରନ୍‌ ବିନିମୟରେ ୫ ଓ୍ଵିକେଟ୍‌ ନେଇଥିଲେ। ପ୍ରଥମ ପାଳିରେ ମଧ୍ୟ ସେ ୧ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର