ବିଦ୍ୟାଳୟ ଚେସ୍‌ରେ ଅର୍ନବ ବିଜେତା

ଭୁବନେଶ୍ୱର: ସ୍ଥାନୀୟ ମଧୁସୁଦନ ନଗରରେ ଆୟୋଜିତ ହୋଇଯାଇଥିବା ପ୍ରଥମ ରାଜ୍ୟ ବିଦ୍ୟାଳୟ ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ମଦର୍ସ ପବ୍ଲିକ୍‌ ସ୍କୁଲ୍‌ର ଆର୍ଯ୍ୟନ୍‌ ଅର୍ନବ ସାମନ୍ତରାୟ ସର୍ବାଧିକ ୬.୫ ପଏଣ୍ଟ୍‌ ସହ ବିଜେତା ହୋଇଛନ୍ତି। ତାଙ୍କ ପଛକୁ ଷ୍ଟିଓ୍ଵାର୍ଟ ସ୍କୁଲ୍‌ର ତନ୍ମୟ କୁମାର (୬) ଏବଂ ମଦର୍ସ ପବ୍ଲିକ୍‌ ସ୍କୁଲ୍‌ର ଓମ୍‌ ଆଦିତ୍ୟ ଖାଡଙ୍ଗା (୫.୫) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବୀ ପ୍ରସନ୍ନ ନାୟକ, ରେହା ମହାପାତ୍ର, କେ ଅନୁରାଗ, ନିଖିଳ ସାହୁ, ମହାବୀର ପାତ୍ର, ପ୍ରତ୍ୟୁଷ ମହାପାତ୍ର, ରୋନକ ସେନାପତି, ପ୍ରଭାଂଶୁ ଦାଶ, ଯଶସ୍ୱିନୀ ଷଡ଼ଙ୍ଗୀ, ଅଭିନନ୍ଦନ ପଣ୍ଡା, ଏନ୍‌ ପ୍ରତ୍ୟୁଷ ଓ ଅବିନାଶ ଆଚାର୍ଯ୍ୟ ଶ୍ରେଷ୍ଠ ୧୫ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ରୋହିତ ମଲ୍ଲିକ, ଆଦିତ୍ୟ ବିକ୍ରମ ମିଶ୍ର, ତନ୍ମୟ ତଲିନ୍‌ ବେହେରା, ସିଦ୍ଧାର୍ଥ ମିଶ୍ର, ଆଶୁତୋଷ ମିତ୍ର, ତ୍ରିଦେବ ସାହୁ, ଅଂଶୁଲ୍‌ ପଣ୍ଡା, ଅଂଶୁମାନ ପତି, ସୋହନ ମହାନ୍ତି, ଏମ୍‌ ବୈଭବ, ଦିବ୍ୟସିଂହ ରାୟ, ଅନୁଜ ମହାପାତ୍ର, ଶୁଭ୍ରଜିତ୍‌ ବେହେରା, ଶୁଧାଂଶୁ ବାରିକ୍‌, ଓମ୍‌ ପ୍ରସାଦ ଦାସ, ଆଶୀର୍ବାଦ ଓଝା, ପ୍ରତ୍ୟୁଷ ତ୍ରିପାଠୀ, ସୁଜିତ ଦାଶ, ଶିବାଙ୍ଗୀ ମହାନ୍ତି, ଲୁଇସ୍‌ ବିଷୋୟୀ, ଶ୍ରେୟାଶି ମଲ୍ଲ, ପ୍ରତ୍ୟୁଷା ପ୍ରିୟଦର୍ଶିନୀ, ନମସ୍ୟା ନଳିନୀ, ଶ୍ରଦ୍ଧା ମିଶ୍ର ଓ କେ ଅର୍ପିତା ବିଭିନ୍ନ ବୟସ ବର୍ଗରେ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ।
ପିପି ଏକାଡେମି ଅଫ୍‌ ସାଇନ୍‌ସ ଆଣ୍ଡ୍‌ ଟେକ୍ନୋଲୋଜିର ନିର୍ଦେଶିକା ପ୍ରତିମା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର