ଭୁବନେଶ୍ୱର: ପ୍ରଥମ ଦଳ ଭାବେ ପଶ୍ଚିମବଙ୍ଗର ନୈହାଟୀ ସ୍ପୋର୍ଟିଂ ଅରବିନ୍ଦ ସ୍ମାରକୀ ୧୫ ବର୍ଷରୁ କମ୍ ସର୍ବଭାରତୀୟ ଗେଲ୍ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଫାଇନାଲ୍ ପ୍ରବେଶ କରିଛି। ପାରାମାଉଣ୍ଟ୍ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଗୁରୁବାର ପ୍ରଥମ ସେମିଫାଇନାଲ୍ରେ ନୈହାଟୀ ୧୩ ରନ୍ରେ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନୈହାଟୀ ୨୮.୫ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୩୪ ରନ୍ କରିଥିଲା। ସୂରଜ ଯାଦବ ୪୦ ବଲ୍ରୁ ୫୩, ଆକାଶ ସର୍କାର ୨୩ ଓ ଅନିକେତ ଦାସ ୧୩ ରନ୍ କରିଥିଲେ। ସହିଦ ସ୍ପୋର୍ଟିଂ ପକ୍ଷରୁ ବିଭାସ ଚାନ୍ଦ ଓ ଶ୍ରେଷ୍ଠ ସିଂହ ୩ ଲେଖାଏଁ ଏବଂ ଆଶୁତୋଷ ଛୁରିଆ ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ନିର୍ଧାରିତ ୩୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୨୧ ରନ୍ରେ ଅଟକି ଯାଇଥିଲା। ଓମ୍ ଶ୍ରୀରାମ ଦାସମହାପାତ୍ର ୩୦, ସୌମ୍ୟ ଶ୍ରୀଚନ୍ଦନ ୩୦ ଏବଂ ଶୁଭମ୍ ଗୁପ୍ତା ୧୭ ରନ୍ କରିଥିଲେ। ନୈହାଟୀ ପକ୍ଷରୁ ଆକାଶ ସରକାର ୩ ଏବଂ ଅନିକେତ ଦାସ ଓ ସମୀରନ ପାଲ୍ ୨ ଓ୍ଵିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ। ଆକ
ସୁସ୍ମିତା ଦାସ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳର ଆକାଶ ସରକାରଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଶରତ ସାହୁ ଓ ଅସିତ୍ ପଟ୍ଟନାୟକ ମ୍ୟାଚ୍ ପରିଚାଳନା କରିଥିଲା ବେଳେ ଅଶୋକ ପାତ୍ର ମ୍ୟାଚ୍ ରେଫରି ରହିଥିଲେ। ଶୁକ୍ରବାର ଦ୍ୱିତୀୟ ସେମିଫାଇନାଲ୍ରେ ଦୁଇ ଭୁବନେଶ୍ୱର ଦଳ ପାରାମାଉଣ୍ଟ୍ (ଏ) ଓ ରାମେଶ୍ୱର ସ୍ପୋର୍ଟିଂ ମୁହାଁମୁହିଁ ହେବେ।
ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍:ଫାଇନାଲ୍ରେ ନୈହାଟୀ
/sambad/media/post_attachments/wp-content/uploads/2018/04/east-bengal-naihati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)