ଲକ୍ଷ୍ନୌ : ହିମାଚଳ ପ୍ରଦେଶ ଡାହାଣହାତୀ ଦ୍ରୁତ ବୋଲର ଅର୍ପିତ ଗୁଲେରିଆ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଦଳରେ ସ୍ଥାନ ପାଇଛନ୍ତି। ତାଙ୍କୁ ଦଳ ଆହତ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କ ବଦଳ ଖେଳାଳି ଭାବେ ନେଇଛି। ଅର୍ପିତ ୨୦ ଲକ୍ଷ ଟଙ୍କାରେ ସୁପର ଜାଏଣ୍ଟସରେ ଯୋଗ ଦେଇଛନ୍ତି। ସେ ହିମାଚଳ ପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ୍‌ରେ ପଦାର୍ପଣ କରିଥିଲା ‌ବେଳେ ସଂପ୍ରତି ସର୍ଭିସେସ୍‌ ପକ୍ଷରୁ ଖେଳୁଛନ୍ତି। ସେ ୧୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୪୪ ଏବଂ ୧୨ ଲିଷ୍ଟ୍‌-ଏରୁ ୧୧ ୱିକେଟ୍‌ ଦଖଲ କରିଛନ୍ତି।