ଢାକା: ଦୁଇଟି ପୃଥକ ପୃଥକ ଚେକ୍ ବାଉନ୍ସ ମାମଲାର ବିଚାର କରି ବାଂଲାଦେଶର ରାଜଧାନୀ ଢାକାର ଏକ କୋର୍ଟ ଏହି ଦେଶର କିଂବଦନ୍ତି କ୍ରିକେଟର୍ ସକିବ ଅଲ୍ ହାସନଙ୍କ ନାଁରେ ଗିରଫ ପରୱାନା ଜରି କରିଛି। ସକିବଙ୍କ ବିରୋଧରେ ଆଇଏଫ୍ଆଇସି ବ୍ୟାଙ୍କ ଏହି ଚେକ୍ ବାଉନ୍ସ ମାମଲା ଦାୟର କରିଥିଲା। କୋର୍ଟ ଏହାର ବିଚାର କରି ସକିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଥିଲେ। ହେଲେ ସକିବ ଏହାକୁ ଅଣଦେଖା କରିଥିଲେ। ସକିବ ଏକ କୃଷି ଭିତ୍ତିକ କଂପାନିର ଅଧ୍ୟକ୍ଷ ଭାବେ ସଂପୃକ୍ତ ବ୍ୟାଙ୍କରୁ ଋଣ ନେଇଥିଲେ। ହେଲେ ଏହାକୁ ଠିକ୍ ସମୟରେ ଶୁଝି ନଥିଲେ। ସୂଚନାଯୋଗ୍ୟ ଯେ ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାରର ପତନ ପରେ ସକିବ ଏବେ ଆମେରିକାରେ ରହୁଛନ୍ତି। ସେ ହସିନା ଆୱାମୀ ଲିଗ୍ ଦଳର ସଦସ୍ୟ ଥିଲେ।
ସକିବଙ୍କ ନାଁରେ ଗିରଫ ପରୱାନା
ଦୁଇଟି ପୃଥକ ପୃଥକ ଚେକ୍ ବାଉନ୍ସ ମାମଲାର ବିଚାର କରି ବାଂଲାଦେଶର ରାଜଧାନୀ ଢାକାର ଏକ କୋର୍ଟ ଏହି ଦେଶର କିଂବଦନ୍ତି କ୍ରିକେଟର୍ ସକିବ ଅଲ୍ ହାସନଙ୍କ ନାଁରେ ଗିରଫ ପରୱାନା ଜରି କରିଛି।
/sambad/media/post_attachments/wp-content/uploads/2018/02/Shakib-allrounder-two.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)