ପହଞ୍ଚିଲେ ଆର୍ଜେଣ୍ଟିନା, ଜର୍ମାନି ଓ ନେଦରଲାଣ୍ଡ

ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଲାଗି ଆୟୋଜକ ଭାରତ ସମେତ ଚାରିଟ ଦଳ ଗତଥରର ବିଜେତା ଅଷ୍ଟ୍ରେଲିଆ, ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମ ଏବଂ ସପ୍ତମ ସ୍ଥାନରେ ଥିବା ଇଂଲଣ୍ଡ ରବିବାର ସୁଦ୍ଧା ଭୁବନେଶ୍ୱର ପହଞ୍ଚି ସାରିଥିଲେ। ସୋମବାର ଆଉ ତିନିଟି ଦଳ ଏଠାରେ ପହଞ୍ଚିଛନ୍ତି। ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନା ଆଜି ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ମେ ଫେୟାର ହୋଟେଲକୁ ଯାଇଥିଲେ। ସେହିଭଳି ଅପରାହ୍ନରେ ଜର୍ମାନି ପହଞ୍ଚିବା ପରେ ସଂଧ୍ୟାରେ ନେଦରଲାଣ୍ଡ ମଧ୍ୟ ଏଠାରେ ପାଦ ଥାପିଥିଲା। ଜର୍ମାନି ଟ୍ରାଇଡେଣ୍ଟ ଏବଂ ନେଦରାଣ୍ଡ ମେ ଫେୟାରରେ ରହିବେ। ମଙ୍ଗଳବାର ଅଷ୍ଟମ ତଥା ଶେଷ ଦଳ ଭାବେ ସ୍ପେନ୍‌ ଭୁବନେଶ୍ୱର ପହଞ୍ଚିବ। ଆର୍ଜେଣ୍ଟିନା ସୋମବାର ସକାଳେ ପହଞ୍ଚିବା ପରେ ସଂଧ୍ୟାରେ ଭାରତ ସହ ଅଭ୍ୟାସ ମ୍ୟାଚ୍‌ ଖେଳି ପାଗ ଏବଂ ପରିବେଶ ସହ ନିଜ ଦକ୍ଷତାକୁ ମଧ୍ୟ ତଉଲିଥିଲା। ସଂଧ୍ୟାରେ ପହଞ୍ଚିଥିବା ନେଦରଲାଣ୍ଡ ଦଳ ରାତି ୮ଟାରେ ଷ୍ଟାଡିୟମ୍‌ ଆସି ଅଭ୍ୟାସ କରିବା ଅନ୍ୟ ଦଳ ପାଇଁ ପ୍ରେରଣଶ ଦେଲା ଭଳି ଖବର ହୋଇଥିଲା।

ସମ୍ବନ୍ଧିତ ଖବର